ଜେଏସ୍‌ଡବ୍ଲୁ ଇସ୍ପାତ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର: ଜଗତସିଂହପୁରର ଜଟାଧାରରେ ଜେଏସ୍‌ଡବ୍ଲୁ ଗ୍ରୁପ୍ ସ୍ଥାପନ କରିବାକୁ ଥିବା ଜେଏସ୍‌ଡବ୍ଲୁ ଉତ୍କଳ ଇସ୍ପାତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ମଞ୍ଜୁରି  ଅନୁମୋଦନ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧,୦୧,୮୦୪.୪୩ କୋଟି ଟଙ୍କାର ୯ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପ ମଞ୍ଜୁର କରାଯାଇଛି। ସେଥିରେ ଜେଏସ୍‌ଡବ୍ଲୁ ଉତ୍କଳର ନାମ ରହିଛି। ଏଚ୍‌ଏଲ୍‌ସିଏ ମଞ୍ଜୁର କରିଥିବା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୮,୫୬୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜେଏସ୍‌ଡବ୍ଲୁ ଉତ୍କଳ ରାଜ୍ୟରେ ୭୫,୦୦୦ କୋଟି ଟଙ୍କା ନିବେଶ କରି ପ୍ରଥମେ ୧୨ ନିୟୁତ ଟନ୍ ଉତ୍ପାଦନ କ୍ଷମତାର ଏକ ଇସ୍ପାତ କାରଖାନା ସ୍ଥାପନ କରିବ ଓ ପରବର୍ତ୍ତୀ ସମୟରେ ତାହାକୁ ୨୪ ନିୟୁତ ଟନ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବ।