ଆମେରିକାର ଶକ୍ତିଶାଳୀ ଡ୍ରୋନକୁ କିଣିବ ଭାରତ । ଆକାଶରୁ ବୋମା ପକାଇବାରେ ଏହି ଡ୍ରୋନ ସିଦ୍ଧହସ୍ତ । ପାକିସ୍ତାନର ଆତଙ୍କବାଦୀଙ୍କୁ ଜଙ୍ଗଲରେ ମାରିବାକୁ ଏହାର କ୍ଷମତା ରହିଛି । ପ୍ରତିରକ୍ଷା କମ୍ପାନି ଆମେରିକାର ଜେନେରାଲ ଆଟମିକ୍ସଠାରୁ ଭାରତ ୩୧ଟି ପ୍ରିଡେଟର୍ ଡ୍ରୋନ୍ କିଣିବ।ଏହି ଡ୍ରୋନ୍ ଆକାଶରେ ଲଗାତାର ୩୮ ଘଣ୍ଟା ଉଡ଼ିପାରିବ। ସେହିଭଳି ୪୦ ହଜାର ଫୁଟ୍ ଉଚ୍ଚରେ ଘଣ୍ଟାପ୍ରତି ୩୮୮ କିମି ବେଗରେ ଏହା ଉଡ଼ିବା କ୍ଷମତା ରଖିଛି। ୧୭୦୦ କିଗ୍ରା ଓଜନର ଅସ୍ତ୍ରଶସ୍ତ୍ର ଏଥିରେ ନିଆଯାଇ ପାରିବ। ଏହାର ଲମ୍ବ ୩୬.୧ ଫୁଟ ଏବଂ ଉଚ୍ଚତା ୧୨.୬ ଫୁଟ। ଡ୍ରୋନ୍ର ଓଜନ ୨୨୨୩ କିଗ୍ରା।
ଦୁଇ ଦେଶ ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ରାଜିନାମା ସ୍ବାକ୍ଷରିତ ହୋଇଛି। ୩୧ଟି ପ୍ରିଡେଟର୍ ଡ୍ରୋନ୍ ମଧ୍ୟରୁ ଭାରତୀୟ ନୌସେନାକୁ ୧୫ଟି ଡ୍ରୋନ୍ ମିଳିବାକୁ ଥିବାବେଳେ ବାୟୁସେନା ଓ ସ୍ଥଳସେନାକୁ ୮ଟି ଲେଖାଏଁ ଡ୍ରୋନ୍ ମିଳିବ। ଏଥିପାଇଁ ୩୨ ହଜାର କୋଟି ଟଙ୍କାର ରାଜିନାମା ହୋଇଛି।