ସରକାରଙ୍କ ନଜରରେ ବେଆଇନ ଋଣ ଆପ୍

ନୂଆଦିଲ୍ଲୀ: ଦେଶରେ ବେଆଇନ ଋଣ ଆପ୍‌ଜନିତ ଠକେଇ ବଢ଼ିବାରେ ଲାଗିଥିବାରୁ  ଏହା ସରକାରଙ୍କ ପାଇଁ ବି ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେଣୁ ଏଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଯୋଜନା କରିଛନ୍ତି। ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଷ୍ଟୋରରେ ଉପଲବ୍ଧ ଆପ ଗୁଡ଼ିକ ସରକାରଙ୍କ ନଜରରେ ଏବେ ରହିଛି। ଯେଉଁ ଋଣ ଆପ୍‌କୁ ଅନୁମତି ମିଳିଛି କେବଳ ସେଗୁଡ଼ିକ ଏହି ଦୁଇଟି ଷ୍ଟୋରରେ ଉପଲବ୍ଧ ହେବ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ଏହା କହିଛନ୍ତି। ଦିନକୁ ଦିନ ଏଜେଣ୍ଟମାନେ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ବଢ଼ୁଛି । ଠିକ୍ ସମୟରେ ଇଏମଆଇ ପରିଶୋଧ ନକଲେ ସେମାନେ ଧମକ ଦେଉଛନ୍ତି ।