୨୦୧୭ ମସିହା ଜୁନ୍ ୩୦ ଓ ଜୁଲାଇ ୧ ତାରିଖର ମଧ୍ୟରାତ୍ରରେ ସଂସଦର କେନ୍ଦ୍ରୀୟ ହଲ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ) ଏହି ନୂଆ ଟିକସ ବ୍ୟବସ୍ଥାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଆରମ୍ଭ ଘୋଷଣା କରିଥିଲେ। ସେହି ସମୟରେ ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ରହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଦ୍ବାରା ଲାଗୁ ହେଉଥିବା ଏକାଧିକ ପରୋକ୍ଷ ଟିକସକୁ ମିଶାଇ ଜିଏସ୍ଟି ପ୍ରସ୍ତୁତ ହୋଇଛି।
ଦେଶର ଜଟିଳ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଚଳିତ ସହସ୍ରାଦ୍ଦୀର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଜିଏସ୍ଟି ଚିନ୍ତାଧାରାକୁ ଉପସ୍ଥାପିତ କରାଯାଇଥିଲା। କେଲକାର ଟାସ୍କ ଫୋର୍ସ ଏ ନେଇ ପ୍ରସ୍ତାବ ଦେଇଥିଲା। ୨୦୧୬ ଅଗଷ୍ଟରେ ସଂସଦରେ ସମ୍ବିଧାନର ୧୦୧ତମ ସଂଶୋଧନ ଜରିଆରେ ସରକାରଙ୍କୁ ଏହି ଟିକସ ଲଗାଇବା ଏବଂ ଆଦାୟ କରିବାକୁ ଅଧିକାର ପ୍ରଦାନ କରାଯାଇଥିଲା।ତେବେ ଉକ୍ତ ଟିକସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦ ଗଠନ କରାଯାଇଛି। ଗୋଟିଏ ଦେଶରେ ଗୋଟିଏ ଟିକସ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଜିଏସ୍ଟିକୁ କାର୍ଯ୍ୟକାରୀ କରାଯାଇଥିଲା। ଜିଏସ୍ଟି କାର୍ଯ୍ୟକାରୀ ହେବାଫଳରେ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇଛି। ଭାରତରେ ୫ଟି ହାର ଯଥା ୦%, ୫%, ୧୨%, ୧୮% ଏବଂ ୨୮%ରେ ଜିଏସ୍ଟି ଆଦାୟ ହେଉଛି। ଜିଏସ୍ଟିରେ ହେଉଥିବା ପରିବର୍ତ୍ତନ ସଂପର୍କରେ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ହେଉଛି ଜିଏସ୍ଟି ପରିଷଦ। ନିୟମିତ ବ୍ୟବଧାନରେ ଏହି ପରିଷଦର ବୈଠକ ହୋଇଥାଏ। ବର୍ତ୍ତମାନ ସୁଦ୍ଧା ୫୩ଥର ଜିଏସ୍ଟି ପରିଷଦର ବୈଠକ ହୋଇସାରିଲାଣି।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ