ସରକାର ୧୯ ଅଗଷ୍ଟ ୨୦୨୫ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ କଞ୍ଚା କପା ଆମଦାନୀ ଉପରେ ସମସ୍ତ ଶୁଳ୍କ (ଟିକସ) ଛାଡ଼ କରିଛନ୍ତି। ଏଥିରେ ୫% ମୌଳିକ ଶୁଳ୍କ, ୫% କୃଷି ସେସ୍ ଓ ୧୦% ସାମାଜିକ କଲ୍ୟାଣ ସରଚାର୍ଜ ହଟାଇବା ଅନ୍ତର୍ଭୁକ୍ତ, ଯାହା ମୋଟ ୧୧% ଶୁଳ୍କ ଥିଲା।
ଏହା ଦ୍ୱାରା ଘରୋଇ ବଜାରରେ କପାର ମୂଲ୍ୟ ସ୍ଥିର ରହିବ, କପାର ଯୋଗାଣ ବୃଦ୍ଧି ପାଇବ, ବୟନ ଶିଳ୍ପରେ ଉତ୍ପାଦନ ଖର୍ଚ୍ଚ କମିବ, ବୟନ ସାମଗ୍ରୀର ରପ୍ତାନି ବଢ଼ିବ ଏବଂ ଛୋଟ ଓ ମଝିମ ଉଦ୍ୟୋଗଗୁଡ଼ିକୁ ସୁରକ୍ଷା ମିଳିବ। ଏହି ନିଷ୍ପତ୍ତି ବୟନ ଶିଳ୍ପରେ ସୂତା, କପଡ଼ା ଓ ପୋଷାକ ତିଆରି ଖର୍ଚ୍ଚ କମାଇବ ଏବଂ ଉତ୍ପାଦକ ଓ ଗ୍ରାହକଙ୍କୁ ଲାଭ ଦେବ। ଏହା ବୟନ ଶିଳ୍ପର ବିକାଶ, ନିଯୁକ୍ତି ଓ ରପ୍ତାନି ବୃଦ୍ଧିରେ ସାହାଯ୍ୟ କରିବ। ବୟନ ଶିଳ୍ପ ସଂଘମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଘରୋଇ କପା ମୂଲ୍ୟ ସ୍ଥିର ରଖିବା ଏବଂ ବୟନ ଶିଳ୍ପକୁ ସମର୍ଥନ କରିବା ଲକ୍ଷ୍ୟରେ ସରକାର ଅଗଷ୍ଟ ୧୯, ୨୦୨୫ ରୁ ସେପ୍ଟେମ୍ବର ୩୦, ୨୦୨୫ ପର୍ଯ୍ୟନ୍ତ କଞ୍ଚା କପା ଆମଦାନୀ ଉପରେ ସମସ୍ତ ସୀମା ଶୁଳ୍କ ବା କଷ୍ଟମ ଡ୍ୟୁଟି ଛାଡ଼ କରିଛନ୍ତି। ଏଥିରେ ୫% ମୌଳିକ ସୀମା ଶୁଳ୍କ (ବିସିଡି), ୫% କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ (ଏଆଇଡିସି) ଏବଂ ଉଭୟ ଉପରେ ୧୦% ସାମାଜିକ କଲ୍ୟାଣ ସରଚାର୍ଜକୁ ହଟାଇବା ଅନ୍ତର୍ଭୁକ୍ତ, ଯାହା ମିଳତ ଭାବରେ କପା ଉପରେ ଲାଗୁ ୧୧% ଆମଦାନୀ ଶୁଳ୍କରେ ଅନ୍ତର୍ଭୁକ୍ତ ଥିଲା।
ଏହି ଛାଡ଼ ବୟନ ଶିଳ୍ପର ଏକ ନିୟମିତ ଦାବିକୁ ପୂରଣ କରିବ, ଯାହା ଘରୋଇ ମୂଲ୍ୟ ବୃଦ୍ଧି ଏବଂ ଯୋଗାଣ ଅଭାବ ଯୋଗୁଁ କପା ଉପରେ ଆମଦାନୀ ଡ୍ୟୁଟି ଉଚ୍ଛେଦ କରିବାକୁ ସରକାରଙ୍କୁ ଅନୁରୋଧ କରିଆସୁଥିଲେ। ଏହି ଶୁଳ୍କଗୁଡ଼ିକୁ ଅସ୍ଥାୟୀ ଭାବରେ ଛାଡ଼ କରି, ସରକାର ଘରୋଇ ବଜାରରେ କଞ୍ଚା କପା ଉପଲବ୍ଧତା ବୃଦ୍ଧି, କପା ମୂଲ୍ୟ ସ୍ଥିର ରଖିବା, ବୟନ ସାମଗ୍ରୀ ଉପରେ ମୁଦ୍ରାସ୍ଫୀତି ଚାପ ହ୍ରାସ କରିବା, ଉତ୍ପାଦନ ଖର୍ଚ୍ଚ ହ୍ରାସ କରି ଭାରତୀୟ ବୟନ ସାମଗ୍ରୀର ରପ୍ତାନି ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ଏବଂ ବୟନ ସାମଗ୍ରୀ କ୍ଷେତ୍ରରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏସଏମଇ)କୁ ସୁରକ୍ଷା ଦେବାକୁ ଲକ୍ଷ୍ୟ ରଖିଛନ୍ତି ।
ଏହି ପଦକ୍ଷେପ ଘରୋଇ କପା ମୂଲ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ ଏବଂ ବୟନ ଏବଂ ପୋଷାକ କ୍ଷେତ୍ରର ସାମଗ୍ରିକ ସ୍ୱାସ୍ଥ୍ୟକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି, ଯାହା ଦେଶରେ ନିଯୁକ୍ତି ଏବଂ ରପ୍ତାନିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ବିଭିନ୍ନ ବୟନ ଶିଳ୍ପ ସଂଘ ୧୯ ଅଗଷ୍ଟ ୨୦୨୫ ଠାରୁ ସମସ୍ତ ପ୍ରକାରର କପାକୁ ୧୧ ପ୍ରତିଶତ ଆମଦାନୀ ଶୁଳ୍କରୁ ମୁକ୍ତ କରିବା ପାଇଁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଜୀ ଏବଂ ମାନ୍ୟବର କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କୁ କୃତଜ୍ଞତା ଜଣାଇଛନ୍ତି।