ଭାରତ ଏକ ମହାଶକ୍ତି ଓ ବିଶ୍ବର କାରଖାନାରେ ପରିଣତ ହେବାକୁ ଚାହୁଥିବା ନେଇ ଅନେକ ପ୍ରଚାର କରାଯାଉଥିବା ବେଳେ ଇନ୍ଫୋସିସ୍ର ସହ-ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି ବାସ୍ତବ ସତ ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ସହ ନିଜକୁ ତୁଳନା କରିବା ପୂର୍ବରୁ ଅନେକ କଥା ଭାବିବାକୁ ପଡ଼ିବ। ଚୀନ୍ର ମୋଟ ଘରୋଇ ଉତ୍ପାଦ (ଜିଡିପି) ଭାରତଠାରୁ ୬ ଗୁଣା ବଡ଼। ବିନିର୍ମାଣ (ମାନୁଫାକ୍ଚରିଂ)ରେ ସେମାନେ ବହୁ ଆଗରେ ରହିଛନ୍ତି। ବିଶ୍ବର ବିଭିନ୍ନ ଦେଶରେ ଥିବା ସୁପର୍ମାର୍କେଟ୍ ଓ ଦୋକାନଗୁଡ଼ିକରେ ଦେଖିବାକୁ ମିଳୁଥିବା ୯୦ ପ୍ରତିଶତ ଉତ୍ପାଦ ଚୀନ୍ରେ ତିଆରି ହେଉଛି। ତେଣୁ ଭାରତ ବିଶ୍ବର ମାନୁଫାକ୍ଚରିଂ ହବ୍ରେ ପରିଣତ ହେବ ବୋଲି କହିବା ଅତ୍ୟନ୍ତ ଦୁଃସାହସିକ ମନ୍ତବ୍ୟ ବୋଲି ସେ କହିଛନ୍ତି।ଭାରତର ଜିଡିପି ପରିମାଣ ୩ ଟ୍ରିଲିଅନ୍ ଡଲାର ପାଖାପାଖି ଥିବା ବେଳେ ଚୀନ୍ ଜିଡିପି ପରିମାଣ ହେଉଛି ୧୭ ଟ୍ରିଲିଅନ୍ ଡଲାର। ଏଥିରୁ ଦୁଇ ଦେଶର ଅର୍ଥନୀତି ଭିତରେ ଥିବା ଅନ୍ତର କେତେ ବଡ଼ ତାହା ସହଜରେ ଅନୁମେୟ ବୋଲି ସେ କହିଛନ୍ତି। ତେବେ ଭାରତକୁ ମାନୁଫାକ୍ଚରିଂ ହବ୍ରେ ପରିଣତ କରିବାକୁ ହେଲେ କେତେକ ଆହ୍ବାନର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଦେଶ ଭିତରେ ଉତ୍ପାଦନ ବଢ଼ାଇବାକୁ ହେଲେ ସରକାରଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ପ୍ରତିକ୍ରିୟା ସମୟ, ସ୍ବଚ୍ଛତା, ଉତ୍ତରଦାୟିତ୍ବ ଓ ସରକାରୀ ପ୍ରଶାସନରେ ବିଶେଷ କିଛି ଉନ୍ନତି ହୋଇନି ବୋଲି ସେ କହିଛନ୍ତି। ଶିଳ୍ପ କାର୍ଯ୍ୟରେ ସରକାରଙ୍କ ହସ୍ତକ୍ଷେପ ଯେତେ କମିବ ତାହା ସେତେ ଭଲ ହେବ ବୋଲି ନାରାୟଣମୂତ୍ତି କହିଛନ୍ତି।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
Prev Post