ଭାରତ ଏକ ମହାଶକ୍ତି ଓ ବିଶ୍ବର କାରଖାନାରେ ପରିଣତ ହେବାକୁ ଚାହୁଥିବା ନେଇ ଅନେକ ପ୍ରଚାର କରାଯାଉଥିବା ବେଳେ ଇନ୍ଫୋସିସ୍ର ସହ-ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି ବାସ୍ତବ ସତ ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି ଯେ ଚୀନ୍ ସହ ନିଜକୁ ତୁଳନା କରିବା ପୂର୍ବରୁ ଅନେକ କଥା ଭାବିବାକୁ ପଡ଼ିବ। ଚୀନ୍ର ମୋଟ ଘରୋଇ ଉତ୍ପାଦ (ଜିଡିପି) ଭାରତଠାରୁ ୬ ଗୁଣା ବଡ଼। ବିନିର୍ମାଣ (ମାନୁଫାକ୍ଚରିଂ)ରେ ସେମାନେ ବହୁ ଆଗରେ ରହିଛନ୍ତି। ବିଶ୍ବର ବିଭିନ୍ନ ଦେଶରେ ଥିବା ସୁପର୍ମାର୍କେଟ୍ ଓ ଦୋକାନଗୁଡ଼ିକରେ ଦେଖିବାକୁ ମିଳୁଥିବା ୯୦ ପ୍ରତିଶତ ଉତ୍ପାଦ ଚୀନ୍ରେ ତିଆରି ହେଉଛି। ତେଣୁ ଭାରତ ବିଶ୍ବର ମାନୁଫାକ୍ଚରିଂ ହବ୍ରେ ପରିଣତ ହେବ ବୋଲି କହିବା ଅତ୍ୟନ୍ତ ଦୁଃସାହସିକ ମନ୍ତବ୍ୟ ବୋଲି ସେ କହିଛନ୍ତି।ଭାରତର ଜିଡିପି ପରିମାଣ ୩ ଟ୍ରିଲିଅନ୍ ଡଲାର ପାଖାପାଖି ଥିବା ବେଳେ ଚୀନ୍ ଜିଡିପି ପରିମାଣ ହେଉଛି ୧୭ ଟ୍ରିଲିଅନ୍ ଡଲାର। ଏଥିରୁ ଦୁଇ ଦେଶର ଅର୍ଥନୀତି ଭିତରେ ଥିବା ଅନ୍ତର କେତେ ବଡ଼ ତାହା ସହଜରେ ଅନୁମେୟ ବୋଲି ସେ କହିଛନ୍ତି। ତେବେ ଭାରତକୁ ମାନୁଫାକ୍ଚରିଂ ହବ୍ରେ ପରିଣତ କରିବାକୁ ହେଲେ କେତେକ ଆହ୍ବାନର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଦେଶ ଭିତରେ ଉତ୍ପାଦନ ବଢ଼ାଇବାକୁ ହେଲେ ସରକାରଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ପ୍ରତିକ୍ରିୟା ସମୟ, ସ୍ବଚ୍ଛତା, ଉତ୍ତରଦାୟିତ୍ବ ଓ ସରକାରୀ ପ୍ରଶାସନରେ ବିଶେଷ କିଛି ଉନ୍ନତି ହୋଇନି ବୋଲି ସେ କହିଛନ୍ତି। ଶିଳ୍ପ କାର୍ଯ୍ୟରେ ସରକାରଙ୍କ ହସ୍ତକ୍ଷେପ ଯେତେ କମିବ ତାହା ସେତେ ଭଲ ହେବ ବୋଲି ନାରାୟଣମୂତ୍ତି କହିଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post