୨୨ରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ

ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍‌ଙ୍କ ନାମରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଆସିଥିବା ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ କଂଗ୍ରେସ ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବିକ୍ଷୋଭ କରିବ। କଂଗ୍ରେସ କର୍ମୀମୀନେ ଇଡି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିବେ। ଦଳ ପକ୍ଷରୁ ଏହାକୁ ବଡ଼ ଆଦାନି ସ୍କାମ୍‌ ଆଖ୍ୟା ଦିଆଯିବା ସହିତ ସେବି ଅଧ୍ୟକ୍ଷଙ୍କୁ ବିଦା କରିବା ପାଇଁ ଦାବି କରାଯାଇଛି। କଂଗ୍ରେସ ସାଧାରଣ ସଂପାଦକ, ରାଜ୍ୟ ଶାଖା ମୁଖ୍ୟ, ରାଜ୍ୟ ପ୍ରଭାରୀମାନଙ୍କର ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ସଭାପତି ମଲ୍ଲିକାଜୁର୍ନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାହୁଲ ଗାନ୍ଧିଙ୍କ ସମେତ ୫୬ ଜଣ ନେତା ଯୋଗଦେଇଥିଲେ। ଏଥିସହିତ ରାହୁଲ ଶୀଘ୍ର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ମାମଲାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି।