୧୩୯୭.୧୮ କୋଟି ଟଙ୍କା ମୂଲ୍ୟର ୮ ଟି ନୂତନ ପ୍ରକଳ୍ପ ଉପରେ ମୋହର ବାଜିଛି, ଯାହା ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ବଡ ସଫଳତା ।ମୁଖ୍ୟତଃ ପ୍ଲାଷ୍ଟିକ୍, ବୈଷୟିକ ଟେକ୍ସଟାଇଲ୍ ଏବଂ ଆଲୁମିନିୟମ୍ , ଇସ୍ପାତ, ଆଇଟି , ଆଗ୍ରୋ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି । ପ୍ଲାଷ୍ଟିକ୍ କ୍ଷେତ୍ରରେ, ସିଣ୍ଟେକ୍ସ ବିପିଏଲ୍ ଲିମିଟେଡ୍, ସମ୍ବଲପୁରରେ ବାର୍ଷିକ ୩୭୫୨୦ ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସିପିଭିସି, ୟୁପିଭିସି, ଏସ୍ ଡବ୍ଲୁ ଆର୍,ଆଗ୍ରି ପାଇପ୍, ପିଭିସି ଫିଟିଙ୍ଗ୍ ଏବଂ ପ୍ଲାଷ୍ଟିକ୍ ଟ୍ୟାଙ୍କ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୪୭୯.୪୭ କୋଟି ଟଙ୍କାର ବିନିଯୋଗ ପାଇଁ ବାଟ ଫିଟିଛି । ଏ ପ୍ରକଳ୍ପ ମାଧ୍ୟମରେ ୧୦୦୦ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି । ଆହୁରି ମଧ୍ୟ, ଏଚ୍ ଆଇ ଏଲ୍ ଇଣ୍ଡିଆ ପିଭିସି ଏବଂ ସିପିଭିସି ପାଇପ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୨୫୦ କୋଟି ଟଙ୍କା ବିନିଯୋଗ କରିବ, ଯାହା ଦ୍ୱାରା ୨୭୫ଜଣଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ।ପ୍ଲାଷ୍ଟିକ୍ ପାତ୍ର, ଲେନୋ ବ୍ୟାଗ୍, ପିପି ବୁଣା ବ୍ୟାଗ୍, ପିପି ବୁଣା କପଡା ଏବଂ କରଗେଜ୍ ବକ୍ସ ଉତ୍ପାଦନ ପାଇଁ ମେଗା ଫ୍ଲେକ୍ସ ପ୍ଲାଷ୍ଟିକ୍ ଲିମିଟେଡ୍ ଖୋର୍ଦ୍ଧାରେ ବାର୍ଷିକ ୯,୬୦୦ ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ୟୁନିଟ୍ ପ୍ରତିଷ୍ଠା କରିବ । ୬୨.୩୮କୋଟିର ବିନିଯୋଗ ସହିତ, ଏହି ଉଦ୍ୟୋଗ ୩୮୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post