୧୩୯୭.୧୮ କୋଟି ଟଙ୍କା ମୂଲ୍ୟର ୮ ଟି ନୂତନ ପ୍ରକଳ୍ପ ଉପରେ ମୋହର ବାଜିଛି, ଯାହା ପୁଞ୍ଜି ନିବେଶ କ୍ଷେତ୍ରରେ ଏକ ବଡ ସଫଳତା ।ମୁଖ୍ୟତଃ ପ୍ଲାଷ୍ଟିକ୍, ବୈଷୟିକ ଟେକ୍ସଟାଇଲ୍ ଏବଂ ଆଲୁମିନିୟମ୍ , ଇସ୍ପାତ, ଆଇଟି , ଆଗ୍ରୋ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି । ପ୍ଲାଷ୍ଟିକ୍ କ୍ଷେତ୍ରରେ, ସିଣ୍ଟେକ୍ସ ବିପିଏଲ୍ ଲିମିଟେଡ୍, ସମ୍ବଲପୁରରେ ବାର୍ଷିକ ୩୭୫୨୦ ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ସିପିଭିସି, ୟୁପିଭିସି, ଏସ୍ ଡବ୍ଲୁ ଆର୍,ଆଗ୍ରି ପାଇପ୍, ପିଭିସି ଫିଟିଙ୍ଗ୍ ଏବଂ ପ୍ଲାଷ୍ଟିକ୍ ଟ୍ୟାଙ୍କ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୪୭୯.୪୭ କୋଟି ଟଙ୍କାର ବିନିଯୋଗ ପାଇଁ ବାଟ ଫିଟିଛି । ଏ ପ୍ରକଳ୍ପ ମାଧ୍ୟମରେ ୧୦୦୦ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ରହିଛି । ଆହୁରି ମଧ୍ୟ, ଏଚ୍ ଆଇ ଏଲ୍ ଇଣ୍ଡିଆ ପିଭିସି ଏବଂ ସିପିଭିସି ପାଇପ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୨୫୦ କୋଟି ଟଙ୍କା ବିନିଯୋଗ କରିବ, ଯାହା ଦ୍ୱାରା ୨୭୫ଜଣଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ।ପ୍ଲାଷ୍ଟିକ୍ ପାତ୍ର, ଲେନୋ ବ୍ୟାଗ୍, ପିପି ବୁଣା ବ୍ୟାଗ୍, ପିପି ବୁଣା କପଡା ଏବଂ କରଗେଜ୍ ବକ୍ସ ଉତ୍ପାଦନ ପାଇଁ ମେଗା ଫ୍ଲେକ୍ସ ପ୍ଲାଷ୍ଟିକ୍ ଲିମିଟେଡ୍ ଖୋର୍ଦ୍ଧାରେ ବାର୍ଷିକ ୯,୬୦୦ ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ୟୁନିଟ୍ ପ୍ରତିଷ୍ଠା କରିବ । ୬୨.୩୮କୋଟିର ବିନିଯୋଗ ସହିତ, ଏହି ଉଦ୍ୟୋଗ ୩୮୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
Trending
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
Next Post