ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ନୂଆ ସର୍ବେକ୍ଷଣ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତି ତିନି ନିବେଶକଙ୍କ ଭିତରୁ ଜଣେ ଲେଖାଏଁ ବିପଦପୂର୍ଣ୍ଣ ଇଣ୍ଟ୍ରା-ଡେ ଟ୍ରେଡିଂ କରୁଛନ୍ତି। ସେମାନଙ୍କ ଭିତରୁ ୭୦ ପ୍ରତିଶତ କ୍ଷତି ସହୁଛନ୍ତି। ଦେଶରେ ୩୦ ବର୍ଷରୁ କମ୍ ବୟସର ନିବେଶକମାନଙ୍କ ଅବଦାନ ୪୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮-୧୯ରେ ସେମାନଙ୍କ ସଂଖ୍ୟା ୧୮ ପ୍ରତିଶତ ଭଳି ନିମ୍ନ ସ୍ତରରେ ଥିଲା। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଇକ୍ବିଟି କ୍ୟାସ୍ କ୍ଷେତ୍ରରେ ଇଣ୍ଟ୍ରା-ଡେ ଟ୍ରେଡିଂ କରୁଥିବା ନିବେଶକଙ୍କ ସଂଖ୍ୟା ୬୯ ଲକ୍ଷକୁ ବୃଦ୍ଧି ପାଇଛି ଯାହା ୨୦୧୮-୧୯ରେ ୧୫ ଲକ୍ଷ ଥିଲା। ଇତି ମଧ୍ୟରେ ସେମାନଙ୍କ ସଂଖ୍ୟାରେ ୪.୬ ଗୁଣା ବୃଦ୍ଧି ହୋଇଛି। ଏହି କ୍ଷେତ୍ରରେ କମ୍ କାରବାର କରୁଥିବା, କ୍ବଚିତ୍ କାରବାର କରୁଥିବା, ଯୁବ ଟ୍ରେଡର୍ ଏବଂ ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକର ଟ୍ରେଡରଙ୍କୁ ଦେଖିବାକୁ ମିଳୁଛି। ଦୈନିକ ୫୦ ହଜାର ଟଙ୍କାରୁ କମ୍ ଟ୍ରେଡିଂ କରୁଥିବା ଟ୍ରେଡରମାନଙ୍କ ସଂଖ୍ୟା ମଧ୍ୟ ଆଲୋଚ୍ୟ ସମୟ ଖଣ୍ଡରେ ୨୭ ପ୍ରତିଶତରୁ ବୃଦ୍ଧି ପାଇ ୫୬ ପ୍ରତିଶତରେ ପହଞ୍ଚିଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post