ଭାରତୀୟ ଶେୟାର ବଜାର ଧରାସାୟୀ ହୋଇପଡିଛି । ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ ଯୋଗୁଁ ଶେୟାର ବଜାର ଉପରେ ପ୍ରଭାବ ଦେଖାଯାଇଛି । ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଛି । ସେନସେକ୍ସ 1800 ଏବଂ ନିଫ୍ଟି 550 ପଏଣ୍ଟ ହ୍ରାସ ପାଇଛି । ଏହା ଚଳିତ ବର୍ଷର ଚତୁର୍ଥ ବଡ ହ୍ରାସ ବୋଲି କୁହାଯାଉଛି । ଆଜି 1769 ପଏଣ୍ଟ ହ୍ରାସ ହୋଇ 82 ହଜାର 497ରେ ବନ୍ଦ ହେଲା ସେନସେକ୍ସ ।ଖବର ଅନୁସାରେ, ଷ୍ଟକ ମାର୍କଟ କ୍ରାସର ପ୍ରଭବରେ ଶକ୍ତ ଧକ୍କା ଖାଇଛନ୍ତି ନିବେଶକ । 10.7 ଲକ୍ଷ କୋଟି ଟଙ୍କା ପାଣିରେ ବୁଡିଲା ଭଳି ମନେହେଉଛି । ବିଏଲଇ କମ୍ପାନୀର ମାର୍କେଟ କ୍ୟାପ 465 ଲକ୍ଷ କୋଟିରେ ସୀମିତ ହୋଇଛି । ଯଦି ଦେଖିବା ତାହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ, ଏମ ଆଣ୍ଡ ଏମ, ଏଲଆଣ୍ଡଟି, ଶ୍ରୀରାମ ଫାଇନାନ୍ସ ଏବଂ ଭାରତ ଏୟାରଟେଲର ସେୟାର ଅଧିକ ହ୍ରାସ ପାଇଥିଲା । ଅନ୍ୟପଟେ ଜେଏସଡବ୍ଲୁ ଷ୍ଟିଲର ସେୟାର ଗୁଡିକ 1.33 ପ୍ରତିଶତ ବୃଦ୍ଧି ପାଇଥିଲା ।
Trending
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
Prev Post
Next Post