ଶେୟାର ବଜାର କାରବାରରେ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) ନୂତନ ରେକର୍ଡ ସହ ସର୍ବୋଚ୍ଚ ସ୍ତରରେ ରହିଛନ୍ତି। ଏପରିକି ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନ୍ସେକ୍ସ ଅଲ୍ ଟାଇମ ହାଇ ବା ସର୍ବୋଚ୍ଚ ସ୍ତର (୭୮,୬୭୪.୨୫ଅଙ୍କ)ରେ ପହଞ୍ଚତ୍ଥିଲାବେଳେ ଏନ୍ଏସ୍ଇ ନିଫ୍ଟି ମଧ୍ୟ ନୂତନ ରେକର୍ଡ ସହ ୨୪,୦୦୦ (୨୩,୮୬୮.୮୦)ଅଙ୍କର ନିକଟବର୍ତ୍ତୀ ହୋଇଛି ଉଲ୍ଲେଖଯୋଗ୍ୟ, ବୁଧବାର ଏନ୍ଏସ୍ଇର ନିଫ୍ଟି ୫୦ର କାରବାର ପ୍ରାରମ୍ଭରେ ସର୍ବୋଚ୍ଚ ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ୨୩,୮୬୮.୮୦ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ବିଏସ୍ଇ ସେନ୍ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲାବେଳେ ପ୍ରାରମ୍ଭରେ ସେନ୍ସେକ୍ସ ଅଲ ଟାଇମ ହାଇ ପହଞ୍ଚତ୍ଥିଲାବେଳେ ୭୮,୬୭୪.୨୫ଅଙ୍କରେ କାରବାର ଶେଷ କରିଥିଲା। ସେହିଭଳି ବିଏସ୍ଇ ସେନ୍ସେକ୍ସର କାରବାର ୦.୯୦% ବୃଦ୍ଧି ଘଟିଥିବାବେଳେ ଏନ୍ଏସ୍ଇ ନିଫ୍ଟି ୫୦ରେ ମଧ୍ୟ ୦.୭୨ % ବୃଦ୍ଧି ହୋଇଛି। ଏପରିକି ବିଏସ୍ଇ ସ୍ମଲକ୍ୟାପ ଏବଂ ବିଏସ୍ଇ ମିଡ୍କ୍ୟାପ କାରବାର ସାମାନ୍ୟ ବୃଦ୍ଧି ପାଇଥିଲା। ଏପରିକି ନିଫ୍ଟି ମିଡ୍କ୍ୟାପ ୧୨୨.୭୫ ପଏଣ୍ଟ ବା ୦.୨୨% ହ୍ରାସ ପାଇଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୦.୯୦ ପଏଣ୍ଟ ବା ୦.୦୧% ବୃଦ୍ଧି ଘଟିଥିଲା। ଅପରପକ୍ଷରେ ନିଫ୍ଟି ବ୍ୟାଙ୍କିଙ୍ଗ୍ (ବ୍ୟାଙ୍କ)ର କାରବାର ସର୍ବୋଚ୍ଚ ସ୍ତର ଛୁଇଁଥିଲାବେଳେ କାରବାର ଶେଷ ସୁଦ୍ଧା ୨୬୪.୫୦ ପଏଣ୍ଟ ବୃଦ୍ଧି ବା ୦.୫୦% ବୃଦ୍ଧି ପାଇ ୫୩,୦୦୦ (୫୨,୮୭୦.୫୦ ଅଙ୍କ ) ଅଙ୍କ ନିକଟବର୍ତ୍ତୀ ହୋଇଥିଲା ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।ସେହିପରି ବିଏସ୍ଇ ସେନ୍ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍(ଆର୍ଆଇଏଲ୍) ସର୍ବାଧିକ ଲାଭବାନ୍ ହୋଇଥିଲାବେଳେ ଭାରତୀ ଏୟାରଟେଲ, ଅଲ୍ଟ୍ରାଟେକ୍ ସିମେଣ୍ଟ, ଆଇସିଆଇସିଆଇ ବ୍ୟାଙ୍କ, ମିଡିଆ, ଅଏଲ ଆଣ୍ଡ ଗ୍ୟାସ୍ ଭଳି ନିବେଶକମାନେ ମଧ୍ୟ ପ୍ରାୟ ଲାଭବାନ୍ ହୋଇଛନ୍ତି।
Trending
- ରାଜ୍ୟ କ୍ୟାବିନେଟ ବୈଠକ – ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ
- ବିହାରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛି ବିଜେପି , ଦିନକରେ ତିିନି ସ୍ଥାନରେ ଅମିତ ଶାହଙ୍କ ପ୍ରଚାର
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା