ଭାରତୀୟ ନିବେଶ ବଜାର ବେଶ୍ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ଦିନକରେ ୨ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବଜାରରେ ଯୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାରର ଶେୟାର ବଜାର କାରବାର ଶେଷ ପରେ ନିବେଶକ ପୁଞ୍ଜି ବଜାରରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ଯୋଡ଼ିଛନ୍ତି। ଫଳରେ ପୁଞ୍ଜିବଜାରର ପରିମାଣ ୪୬୨.୪୦ ଲକ୍ଷ କୋଟିରେ ପହଞ୍ଚତ୍ଛି। ପୂର୍ବ କାର୍ଯ୍ୟଦିବସର ଫଳାଫଳ ପରେ ବଜାର ପରିମାଣ ପ୍ରାୟ ୪୬୦.୪୦ ଲକ୍ଷ କୋଟି ଟଙ୍କାରେ ଥିଲା।
ସେହିଭଳି କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ହେଉଥିଲାବେଳେ ନିବେଶକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନସେକ୍ସ ପ୍ରାୟ ୬୧୨ ପଏଣ୍ଟ ବଢି ୮୧,୬୯୮ ଅଙ୍କରେ ରହିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ବା ଏନ୍ଏସ୍ଇ ନିଫ୍ଟି ୨୫,୦୦୦ ଅଙ୍କ ଉପରେ ରହିଛି। ଏପରିକି ଏନ୍ଏସ୍ଇ ନିଫ୍ଟି-୫୦ର କାରବାର ୦.୭୬% ବୃଦ୍ଧି ପାଇଁ ୨୫,୦୧୧ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନସେକ୍ସର ମିଡକ୍ୟାପର କାରବାର ୦.୫% ଏବଂ ସ୍ମଲ୍କ୍ୟାପ ୦.୨% ବୃଦ୍ଧି ଘଟିଥିଲାବେଳେ ନିଫ୍ଟି ମିଡକ୍ୟାପ ୦୬୪% ବଢ଼ି ୫୮,୯୩୧.୧୫ଅଙ୍କରେ ରହିଛି। ସେହିଭଳି ନିଫ୍ଟି ସ୍ମଲକ୍ୟାପ ୦.୪୧% ବୃଦ୍ଧି ଘଟି ୯୦୬୮.୧୫ ଅଙ୍କରେ ଥିଲାବେଳେ ନିଫ୍ଟି ବ୍ୟାଙ୍କ ୦.୪୨% ବଢ଼ି ୫୧,୧୪୮.୧୦ ଅଙ୍କରେ ପହଞ୍ଚତ୍ଛି। ସେହିପରି ସେକ୍ଟରାଲଭିତ୍ତିରେ ଆଇଟି, ମେଟାଲ, ଅଏଲ ଆଣ୍ଡ ଗ୍ୟାସ ଏବଂ ପ୍ରପର୍ଟି ଆଦିରେ ନିବେଶକମାନେ ୧ରୁ ୨% ନିବେଶ ବୃଦ୍ଧି କରିଥିଲାବେଳେ ନିଫ୍ଟ କ୍ଷେତ୍ରରେ ହିଣ୍ଡୋଲ୍କୋ, ଏନ୍ଟିପିସି, ଏଚ୍ସିଏଲ୍ ଟେକ୍, ବଜାଜ ଫିନସର୍ଭ, ଓଏନ୍ଜିସି, ଆଦାନୀ ପୋର୍ଟ, ଆଇଚର ମୋଟର୍ସ ଏବଂ ନେସ୍ଲେ ଭଳି ନିବେଶକ ସର୍ବାଧିକ ଲାଭବାନ ହୋଇଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post