ରୟାଲ ଏନ୍ଫିଲ୍ଡର ନୂତନ ଅଭିଯାନ ‘ରିଜିଓନାଲ ଟିଶାର୍ଟ କଲେକ୍ସନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ନୂତନ ଆଞ୍ଚଳିକ/ରିଜିଓନାଲ ଟିସାର୍ଟ କଲେକ୍ସନକୁ ମଧ୍ୟ ସର୍ବଭାରତୀୟସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ଅପରପକ୍ଷରେ ମୋଟରସାଇକ୍ଲିଙ୍ଗ୍ ପାଇଁ ବିବିଧତା ଓ ମିଳିତ ଆଗ୍ରହର ଏକ ସେଲିବ୍ରେଶନ ଜରିଆରେ ରୟାଲ ଏନ୍ଫିଲ୍ଡ ୧୬ଟି ଏକ୍ସକ୍ଲୁସିଭ ଡିଜାଇନ ଉପସ୍ଥାପନ କରିଛି, ପ୍ରତ୍ୟେକ ଡିଜାଇନ ସ୍ବତନ୍ତ୍ର ଐତିହ୍ୟ, ସଂସ୍କୃତି ଓ ଭିନ୍ନ ଭିନ୍ନ ଭାରତୀୟ ରାଜ୍ୟର ଉତ୍ସାହକୁ ଉତ୍ସର୍ଗ କରିଛି (ଶ୍ରଦ୍ଧାଞ୍ଜଳି ଜଣାଉଛି)। ପ୍ରତ୍ୟେକ ଡିଜାଇନ ସମ୍ପୃକ୍ତ ଅଞ୍ଚଳର ମହତ୍ତ୍ୱକୁ ଧାରଣ ସହ ନିଜର ମୂଳତ୍ୱକୁ ନେଇ ଗର୍ବ କରୁଥିବା ରାଇଡରମାନଙ୍କ ସହ ପ୍ରତିଧ୍ୱନିତ୍ୱ କରୁଛି। ସେହିଭଳି ଓଡିଶାର ରାଇଡରମାନେ ‘ବୁଲେଟ୍ ଟା କ’ଣ ହେଇଚି ମ’ ଟିସାର୍ଟ ସହିତ ନିଜର ଆଇକନିକ ମୋଟରସାଇକେଲ ପାଇଁ ନିଜର ସ୍ଥାନୀୟ ଗର୍ବ ଓ ଭଲ ପାଇବାକୁ ପ୍ରଦର୍ଶିତ କରିପାରିବେ। ଏପରିକି ଅତ୍ୟନ୍ତ ଯତ୍ନର ସହ ନିର୍ମିତ ଏହି ରାଜ୍ୟ ଅନୁପ୍ରାଣିତ ଟି-ଶାର୍ଟଗୁଡିକ ସ୍ଥାନୀୟ ଗର୍ବ ଓ ଗୌରବକୁ ଧାରଣ କରିଛି, ବିଶାଳ ସ୍ମାରକୀଠାରୁ ଆରମ୍ଭ କରି ଲୋକପ୍ରିୟ ଲ୍ୟାଣ୍ଡମାର୍କଗୁଡିକ ପର୍ଯ୍ୟନ୍ତ, ପ୍ରତ୍ୟେକ ଡିଜାଇନରେ ସୁନ୍ଦର ଭାବେ ବୁଣାଯାଇଥିବା ଆଇକନିକ ବୁଲେଟ୍-କ୍ଲାସିକ୍ର ତ୍ରୁଟିହୀନ ସିଲ୍ହୌଟେ ସହିତ ପ୍ରତ୍ୟେକ ଟିଶାର୍ଟ ନିଜ ଅଞ୍ଚଳର ଅନନ୍ୟ ଆକର୍ଷଣକୁ ହାଇଲାଇଟ୍ କରୁଛି। ସେହିପରି ଏହି ଟି-ଶାର୍ଟ କେବଳ କ୍ଲୋଥିଙ୍ଗ୍ଠାରୁ ଆଗକୁ ବଢିଛି, ଏହା ରାଜ୍ୟର ସ୍ବତନ୍ତ୍ର ଉତ୍ସାହ ଓ ଏହାର ଲୋକପ୍ରିୟ ଭାଷା ଏବଂ ଚାଳକଙ୍କ ବିଶ୍ୱସନୀୟ ରୟାଲ ଏନ୍ଫିଲ୍ଡର ଏକ ସେଲିବ୍ରେଶନ ପାଲଟିଛି, ମାତ୍ର ୯୯୦ ଟଙ୍କା ମୂଲ୍ୟର ଏହି ଟି-ଶାର୍ଟଗୁଡିକୁ ୧୦୦% ବିସିଆଇ କଟନରେ ଡିଜାଇନ କରାଯାଇଛି, ଯାହା ଆରାମ ଓ ଷ୍ଟାଇଲର ପ୍ରତିଶ୍ରୁତି ଦେଉଛି।
Trending
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post
Next Post