୨୦୨୪ ଆରମ୍ଭ ସୁଦ୍ଧା ନୂଆ ଜେନେରେସେନର ସ୍ୱିଫ୍ଟ ହ୍ୟାଚ୍ ବ୍ୟାକ୍ ଏବଂ ଡିଜାଇର କମ୍ପାକ୍ଟ ସେଡାନ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଉଭୟ ନୂଆ ମଡେଲରେ ନୂଆ ଡିଜାଇନ୍ ଏବଂ ଭଲ ଫିଚର୍ସ ମିଳିବ । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ମୋବିଲିଟିରେ କମ୍ପାନୀ ୨୦୨୫ ମସିହାରେ eXV କନସେପ୍ଟ ବେସଡ୍ ଇଲେକ୍ଟ୍ରିକ୍ SUV ମଧ୍ୟ ଲଞ୍ଚ କରିବ । ଏହା ବ୍ୟତୀତ କାର ପ୍ରେମୀମାନେ ଗ୍ରାଣ୍ଡ ଭିଟାରା ଉପରେ ଆଧାରିତ ୭ ସିଟ୍ ବିଶିଷ୍ଟ ଏସୟୁଭି ମଧ୍ୟ ପାଇବାର ଆଶା ରହିଛି, ଯାହା ଆସନ୍ତା ବର୍ଷରେ ବଜାରରେ ଲଞ୍ଚ ହେବ ବୋଲି କୁହାଯାଉଛି ।ମାରୁତି ସୁଜୁକି ଏକ ନୂଆ ଥ୍ରୀ-ରୋ ଏସୟୁଭିର ନିର୍ମାଣ କରୁଛି, ଯାହାର କୋଡ଼ ନେମ୍ ବର୍ତ୍ତମାନ Y17 ରହିଛି । ଏହା ଗ୍ରାଣ୍ଡ ଭିଟାରା ଉପରେ ବେସଡ୍ ହୋଇଥିବା ଏକ SUV ହୋଇପାରେ ।ପରବର୍ତ୍ତୀ ଜେନେରେସେନ ସୁଜୁକି ସ୍ୱିଫ୍ଟ ଏବଂ ଡିଜାଇର କାରରେ ଥିବା ଡିଜାଇନ୍, ଫିଚର୍ସ ଏବଂ ମାଇଲେଜ୍ ମାମଲାରେ ବଡ଼ ପରିବର୍ତ୍ତନ ହେବ । ଉଭୟ ମଡେଲରେ ୧.୨L, ୩-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ରହିବ, ଯାହା ଟୟୋଟାର ଷ୍ଟ୍ରଙ୍ଗ ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ମଧ୍ୟ ଲ୍ୟାସ କରାଯାଇପାରିବ । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଦୁଇଟି କାରକୁ ୨୦୨୪ ମସିହାରେ ଭାରତରେ ଲଞ୍ଚ କରାଯିବ ଏବଂ ଏହି କାର ଗୁଡ଼ିକର ମାଇଲେଜ୍ ୩୫-୪୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ