ଦରବୃଦ୍ଧିକୁ ନେଇ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । କ୍ଷୀର ମହଙ୍ଗା ହୋଇଛି । କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି । କ୍ଷୀରର ଏହି ବର୍ଦ୍ଧିତ ଦର ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ମୁମ୍ବାଇ କ୍ଷୀର ଉତ୍ପାଦନକାରୀ ସଂଘ (ଏମଏମପିଏ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ମଇଁଷି କ୍ଷୀରକୁ ନେଇ ଏହି ନୂଆ ଦର ଲାଗୁ କରାଯାଇଛି । ଏହି ଦର ବୃଦ୍ଧି ଆସନ୍ତା ୬ ମାସ ପର୍ଯ୍ୟନ୍ତ କାଏମ୍ ରହିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ରିଟେଲରମାନଙ୍କ ପାଇଁ ଦର ଲିଟର ପିଛା ପାଖାପାଖି ୯୩ରୁ ୯୮ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଇଛି ।ତେବେ ମଇଁଷି କ୍ଷୀରର ଏହି ବର୍ଦ୍ଧିତ ଦର ସେପ୍ଟେମ୍ବର ମାସ ୧ ତାରିଖରୁ ମୁମ୍ବାଇରେ ଲାଗି ହେବ । ପୂର୍ବରୁ ମଇଁଷି କ୍ଷୀର ଲିଟର ୮୭ ଟଙ୍କା ରହିଥିବା ବେଳେ ଏବେ ତାହା ୮୯ ଟଙ୍କା ହୋଇଯାଇଛି । ଆସନ୍ତାମାସ ପହିଲାରୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହେବ । ଗ୍ରାହକମାନେ ମଇଁଷି କ୍ଷୀର ଅଧିକ ଦୁଇ ଟଙ୍କା ଦେଇ କିଣିବେ ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post