ବଢିଲା ତେଲ ଦର

ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ସୋରିଷ ତେଲ, ସୋୟବିନ ତେଲ, ସୂର୍ଯ୍ୟମୂଖୀ ଓ ପାମ୍ ଅଏଲର ମୂଲ୍ୟ ବୃଦ୍ଧି ପାଇଛି ।ସୋରିଷ ତେଲଛଡ଼ା ଆମଦାନୀ ହେଉଥିବା ଅନ୍ୟ ଖାଇବା ତେଲଗୁଡ଼ିକର ଦର ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଇଥିବାରୁ ଭାରତରେ ବି ବୃଦ୍ଧି ପାଇଛି ।ତେବେ ଦର ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ସରକାରଙ୍କ ପକ୍ଷରୁ ଆମଦାନୀ ଶୁଳ୍କ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଫଳରେ ରିଫାଇନ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ସୋରିଷ ତେଲ ଦେଶ ମଧ୍ୟରେ ହିଁ ଉତ୍ପାଦନ ହେଉଥିଲେ ବି ଅନ୍ୟ ଖାଇବା ତେଲର ଦରକୁ ତାଳ ଦେଇ ଏହି ତେଲର ଦର ବି ବଢିଛି ।