ଫୋନ୍ କଲ୍ ଉପରେ ଲାଗିବ ଜୋରିମାନା
ଚଳିତ ବର୍ଷ ଲୋକସଭାରେ ଉପସ୍ଥାପିତ ହୋଇଥିବା ଟେଲିକମ ବିଲ ଯଦି ଆଇନରେ ପ୍ରଣୟନ ହୁଏ ତେବେ ଏହାର ସବୁଠାରୁ ବେଶି ଫାଇଦା ଗ୍ରାହକଙ୍କୁ ହେବ । ଟେଲିକମ ବିଲ ୨୦୨୩ରେ ୨ଟି ପ୍ରମୁଖ ବ୍ୟବସ୍ଥା କରାଯାଇଛି । ଅଦରକାରି କଲ ସମସ୍ୟାର ସମାଧାନ ପାଇଁ ଗ୍ରାହକମାନଙ୍କ ପାଇଁ ଡିସପ୍ୟୁଟ ରିଜଲ୍ୟୁଶନର ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ଅନ୍ତର୍ଗତ ଅଦରକାରୀ କଲ ଉପରେ ୫୦ ହଜାର ଟଙ୍କାର ଜୋରିମାନା ସହ କଲରଙ୍କ ଉପରେ ବ୍ୟାନ୍ ଲାଗିପାରିବ । ଗ୍ରହକଙ୍କ ବିନା ଅନୁମତିରେ କରାଯାଇଥିବା ପ୍ରୋମୋଶନାଲ କଲ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିପାରିବ । କେବଳ ଏତିକି ନୁହେଁ ବେଆଇନ ଭାବେ ଫୋନ ଟ୍ୟାପିଂ ହେଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୨ କୋଟି ଟଙ୍କା ଜୋରିମାନା ନଚେତ ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ ।ଅନେକ ସମୟରେ ଫୋନ ‘ଡୁ ନଟ୍ ଡିଷ୍ଟର୍ବ’ମୋଡ଼ରେ ଥାଇ ମଧ୍ୟ ସିଷ୍ଟମ ଆକ୍ଟିଭେଟ ହେବା କାରଣରୁ ଅଦରକାରି କଲ ଆସିବା ଦ୍ୱାରା ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।