ଆମେରିକୀୟ ଅଟୋମୋବାଇଲ କମ୍ପାନି ଫୋର୍ଡ ଏହାର ତାମିଲନାଡ଼ୁର ଚେନ୍ନାଇ ନିକଟ କାରଖାନାକୁ ପୁନର୍ବାର ଚାଲୁ କରିବ। ରପ୍ତାନି ଉଦ୍ଦେଶ୍ୟରେ କମ୍ପାନି ଏଠାରୁ କାର୍ ଉତ୍ପାଦନ କରିବ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଆମେରିକାରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଭେଟିବାର ଦୁଇଦିନ ପରେ କମ୍ପାନି ଏ ନେଇ ଏକ ଆଗ୍ରହ ପତ୍ର(ଏଲଓଆଇ) ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି। କମ୍ପାନି ୨୦୨୨ରେ ଏହାର ଚେନ୍ନାଇ ପ୍ଲାଣ୍ଟକୁ ବନ୍ଦ କରିଥିଲା। ତେଣୁ ଦୁଇବର୍ଷ ପରେ କମ୍ପାନି ପୁଣି ଥରେ ଏଠାରୁ କାର୍ ଉତ୍ପାଦନ କରିବା ନେଇ ଆଶା ଉଜ୍ଜୀବିତ ହୋଇଛି।କମ୍ପାନି ଅଧିକାରୀଙ୍କୁ ଭେଟିବା ପରେ ଷ୍ଟାଲିନ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ ଫୋର୍ଡ କର୍ତ୍ତୃପକ୍ଷଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି। ମରାଇମଲାଇ କାରଖାନାରୁ କାର୍ ଉତ୍ପାଦନ କରିବା ସହିତ ଚେନ୍ନାଇର ଗ୍ଲୋବାଲ ଟେକ୍ନୋଲୋଜି ସେଣ୍ଟରର ସଂପ୍ରସାରଣ ପାଇଁ କମ୍ପାନିକୁ ଷ୍ଟାଲିନ ପ୍ରସ୍ତାବ ଦେଇଥିଲେ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ