ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କକୁ ନେଇ ଗ୍ରାହକମାନେ ବେଶ ଚିନ୍ତିତ ହୋଇପଡ଼ିଥିବା ବେଳେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ମନରେ ରହିଥିବା ବିଭିନ୍ନ ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଛି। ୩୦ଟି ପ୍ରଶ୍ନର ଉତ୍ତର ସେଥିରେ ଦିଆଯାଇଛି। ଚଳିତ ମାସ ୨୯ ପରଠାରୁ ପେଟିଏମ୍ ବ୍ୟାଙ୍କ ଖାତାରେ ଜମା ଓ ଉଠାଣ ବନ୍ଦ ହେବ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ସେହି ସମୟ ସୀମାକୁ ଆଜି ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାପରେ ବ୍ୟାଙ୍କର ଖାତାରେ କାରବାର କରିବା ସମ୍ଭବ ହେବନାହିଁ। ଖାତାରେ ଥିବା ବାଲାନ୍ସକୁ ବ୍ୟବହାର କରିହେବ। ସେଥିରେ କୌଣସି ପ୍ରକାରର ନୂଆ ପାଣ୍ଠି ଜମା କରାଯାଇପାରିବନି। ଏଭଳିକି ବେତନ ଓ ସବ୍ସିଡି ବି ଜମା ହୋଇପାରିବନି। ଚଳିତ ବର୍ଷ ମାର୍ଚ୍ଚ ୧୫ ପରେ ପେଟିଏମ୍ ବ୍ୟାଙ୍କର ଗ୍ରାହକମାନେ ଖାତାରେ ଥିବା ବାଲାନ୍ସ ଓ ନିଜ ପାଖରେ ଥିବା ଡେବିଟ୍ କାର୍ଡକୁ ପୂର୍ବଭଳି ବ୍ୟବହାର କରିପାରିବେ। କିନ୍ତୁ ସେଥିରେ କୌଣସି ପ୍ରକାର ଟଙ୍କା ଜମା ହୋଇପାରିବନି। ଏଭଳିକି ବେତନ ଓ ସବ୍ସିଡି ରାଶି ମଧ୍ୟ ମାର୍ଚ୍ଚ ୧୫ ପରେ ଖାତାରେ ଜମା ହୋଇପାରିବନି। ଅସୁବିଧା ଏଡ଼ାଇବା ଲାଗି ଗ୍ରାହକମାନେ ନିଜ ଖାତାକୁ ଅନ୍ୟ ବ୍ୟାଙ୍କରେ ଲିଙ୍କ୍ କରାଇପାରିବେ। ବିଦ୍ୟୁତ ବିଲ୍ କିମ୍ବା ସେଭଳି କୌଣସି ୟୁଟିଲିଟି ବିଲ୍ ଯଦି ସ୍ବୟଂକ୍ରିୟ ଭାବେ ପେଟିଏମ୍ ବ୍ୟାଙ୍କ ଖାତାରୁ କଟୁଥିଲା, ସେହି ସୁବିଧା ମାର୍ଚ୍ଚ ୧୫ ପରେ ବନ୍ଦ ହୋଇଯିବ। ଓଟିଟି ମାସିକ ସବସ୍କ୍ରିପ୍ସନ୍ ଫି’, ଋଣର ମାସିକ କିସ୍ତି (ଇଏମ୍ଆଇ) ସ୍ବୟଂକ୍ରିୟ ଭାବେ କଟିବା ସୁବିଧା ପେଟିଏମ୍ ବ୍ୟାଙ୍କ ଖାତାରେ ବାଲାନ୍ସ ଥିବା ପର୍ଯ୍ୟନ୍ତ ଜାରି ରହିବ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post