ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି । ଏକ ଡଲାର କିଣିବା ଲାଗି ୮୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ିଛି । ଡଲାର ତୁଳନାରେ ଏହା ଟଙ୍କାର ସର୍ବକାଳୀନ ଦୁର୍ବଳ ସ୍ଥିତି । ଟଙ୍କା ସ୍ଥିତିରେସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିବାରେ ବୋଲି କୁହାଯାଉଛି । ଏଭଳି ସଙ୍କଟ ସମୟରେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ବଜାର ଦରଠାରୁ କମ୍ ଦାମ୍ରେ ଉପଲବ୍ଧ କରାଇବା ଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିଥାଏ । ଡଲାର ତୁଳନାରେ ଟଙ୍କା ଏହିଭଳି ଦୁର୍ବଳ ସ୍ତରରେ ଆଉ କିଛି ଦିନ ରହିବ ବୋଲି ଆକଳନ କରାଯାଇଛି ।ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି । ମହଙ୍ଗା ଡଲାର, ଦେଶର ଦରଦାମ୍?କୁ ପ୍ରଭାବିତ କରିବା ଶକ୍ତି ରଖିଛି । କାରଣ ତେଲଠାରୁ ଆରମ୍ଭ କରି ଖାଦ୍ୟଶସ୍ୟ ପର୍ଯ୍ୟନ୍ତ ଭାରତ ବହୁ କିଛି ସାମଗ୍ରୀ ଆମଦାନି କରୁଛି । ସେହିପରି ବିଦେଶରେ ନିଜ ପିଲାଙ୍କୁ ପାଠ ପଢ଼ାଉଥିବା ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ପଠାଇବାକୁ ପଡ଼ିବ ।
Trending
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
Prev Post
Next Post