ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ ଷ୍ଟକ୍ ବଜାର ଉପରେ ପଡିଛି। ଫଳରେ କ୍ରମାଗତ ଭାବେ ଘରୋଇ ଶେୟାର ବଜାରର କାରବାରରେ ହ୍ରାସ ଘଟୁଛୁ। ଚଳିତ ସପ୍ତାହର ଶେଷ ଦିନରେ ବଡ ଧରଣର ହ୍ରାସ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ) କାରବାରରେ ଦେଖିବାକୁ ମିଳିଛି। ଏପରିକି ଦିନକରେ ପୁଞ୍ଜିବଜାରର ନିବେଶକ ପ୍ରାୟ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ, ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନ୍ସେକ୍ସ ୧.୨୪%ର କାରବାର ସହ ୮୧,୧୮୩.୯୩ ଅଙ୍କରେ ଥିଲାବେଳେ ଏନ୍ଏସ୍ଇ ନିଫ୍ଟରେ ୧.୧୭% କାରବାର ସହ ୨୪,୮୫୨.୧୫ ଅଙ୍କରେ ଶେଷ କରିଥିଲା। ଫଳରେ ଶୁକ୍ରବାରର କାରବାର ଶେଷ ସୁଦ୍ଧା ପୁଞ୍ଜି ବଜାର ୫,୪୯,୯୨୫.୧୬ କୋଟି ଟଙ୍କା ହ୍ରାସ ପାଇ ୪,୬୦,୧୮,୯୭୬.୦୯ କୋଟିରେ ପହଞ୍ଚତ୍ଛି। ସେହିଭଳି ଚଳିତ ସପ୍ତାହର ଶେଷ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ସର୍ବାଧିକ କ୍ଷତି ସହିଥିବାବେଳେ ବ୍ୟାଙ୍କ ଏବଂ ଅଟୋ ଶିଳ୍ପ ଭଳି ନିବେଶକମାନେ ବଡ ଧରଣର ନିବେଶ ହରାଇଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post