ଜିଡିପିରେ ଭାରତର ସ୍ଥାନ ବିଶ୍ବରେ ୧୨୯। କ୍ରୟ ଶକ୍ତି ସମତା (ପିପିପି) ମୂଲ୍ୟରେ ହୋଇଥିବା ଏକ ହିସାବରୁ ଏହା ଜଣାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ଏପ୍ରିଲ ୨୦୨୪ ତଥ୍ୟ ଆଧାରରେ ୟର୍ଣ୍ଣଷ୍ଟ ଆଣ୍ଡ୍ ୟଙ୍ଗ ଏହା କହିଛି। ବିଶ୍ବର ଅର୍ଥନୀତିର ଆକାର ଦୃଷ୍ଟିରୁ ଆମେରିକା ସବା ଉପରେ ଥିଲେ ମଧ୍ୟ ମୁଣ୍ଡପିଛା ଜିଡିପିରେ ୟୁରୋପର ଛୋଟ ଦେଶ ଲକ୍ଜେମ୍ବର୍ଗ ଶୀର୍ଷରେ ରହିଛି। ଏହି ଦେଶର ମୁଣ୍ଡପିଛା ଜିଡିପି ୧,୪୩,୭୪୨.୬୯ ଡଲାର ରହିଛି। ସେହିଭଳି ଦ୍ବିତୀୟ ସ୍ଥାନରେ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ର ଆୟର୍ଲ୍ୟାଣ୍ଡ୍ ଦ୍ବିତୀୟ ସ୍ଥାନରେ ରହିଛି। ଆଇଏମ୍ଏଫ୍ର ତଥ୍ୟ ଅନୁଯାୟୀ, ଏହି ଦେଶର ମୁଣ୍ଡପିଛା ଜିଡିପି ୧,୩୩,୮୯୫.୩୧୫ ଡଲାର ବୋଲି ଦର୍ଶାଯାଇଛି। ତୃତୀୟ ସ୍ଥାନରେ ସିଙ୍ଗାପୁର ରହିଛି। ଏହି ଦେଶର ମୁଣ୍ଡପିଛା ଜିଡିପି ୧,୩୩,୭୩୭.୪୬୯ ଡଲାର। ଚୀନର ଏକ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ ମକାଉର ମୁଣ୍ଡପିଛା ଜିଡିପି ୧,୩୪,୧୪୦.୯୨୯ ଡଲାର ରହିଛି। ଫଳରେ ମକାଉ ଚତୁର୍ଥ ସ୍ଥାନରେ ଅଛି।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
Prev Post
Next Post