ଜିଡିପିରେ ଭାରତର ସ୍ଥାନ ବିଶ୍ବରେ ୧୨୯। କ୍ରୟ ଶକ୍ତି ସମତା (ପିପିପି) ମୂଲ୍ୟରେ ହୋଇଥିବା ଏକ ହିସାବରୁ ଏହା ଜଣାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ବ ଅର୍ଥନୈତିକ ଦୃଶ୍ୟପଟ ଏପ୍ରିଲ ୨୦୨୪ ତଥ୍ୟ ଆଧାରରେ ୟର୍ଣ୍ଣଷ୍ଟ ଆଣ୍ଡ୍ ୟଙ୍ଗ ଏହା କହିଛି। ବିଶ୍ବର ଅର୍ଥନୀତିର ଆକାର ଦୃଷ୍ଟିରୁ ଆମେରିକା ସବା ଉପରେ ଥିଲେ ମଧ୍ୟ ମୁଣ୍ଡପିଛା ଜିଡିପିରେ ୟୁରୋପର ଛୋଟ ଦେଶ ଲକ୍ଜେମ୍ବର୍ଗ ଶୀର୍ଷରେ ରହିଛି। ଏହି ଦେଶର ମୁଣ୍ଡପିଛା ଜିଡିପି ୧,୪୩,୭୪୨.୬୯ ଡଲାର ରହିଛି। ସେହିଭଳି ଦ୍ବିତୀୟ ସ୍ଥାନରେ ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ର ଆୟର୍ଲ୍ୟାଣ୍ଡ୍ ଦ୍ବିତୀୟ ସ୍ଥାନରେ ରହିଛି। ଆଇଏମ୍ଏଫ୍ର ତଥ୍ୟ ଅନୁଯାୟୀ, ଏହି ଦେଶର ମୁଣ୍ଡପିଛା ଜିଡିପି ୧,୩୩,୮୯୫.୩୧୫ ଡଲାର ବୋଲି ଦର୍ଶାଯାଇଛି। ତୃତୀୟ ସ୍ଥାନରେ ସିଙ୍ଗାପୁର ରହିଛି। ଏହି ଦେଶର ମୁଣ୍ଡପିଛା ଜିଡିପି ୧,୩୩,୭୩୭.୪୬୯ ଡଲାର। ଚୀନର ଏକ ସ୍ବତନ୍ତ୍ର ପ୍ରଶାସନିକ ଅଞ୍ଚଳ ମକାଉର ମୁଣ୍ଡପିଛା ଜିଡିପି ୧,୩୪,୧୪୦.୯୨୯ ଡଲାର ରହିଛି। ଫଳରେ ମକାଉ ଚତୁର୍ଥ ସ୍ଥାନରେ ଅଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post