ଆଜି ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦର ୫୩ତମ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସ୍ଟି ପରିଷଦର ଅଧ୍ୟକ୍ଷ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଥିରେ ଜାଲ୍ ଇନ୍ଭଏସିଂକୁ ରୋକିବା ପାଇଁ ଜାତୀୟସ୍ତରରେ ବାୟୋମେଟ୍ରିକ ପ୍ରମାଣନ କାର୍ଯ୍ୟକାରୀ କରିବାକୁ ବୈଠକରେ ସ୍ଥିର ହୋଇଛି। ଜାଲ୍ ଇନଭଏସ୍ ଜରିଆରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି)ରେ ହେଉଥିବା ଠକେଇକୁ ରୋକାଯାଇ ପାରିବ ବୋଲି ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି। ନୂଆ ଜିଏସ୍ଟି ପଞ୍ଜୀକରଣ ପାଇଁ ଆଧାର ବାୟୋମେଟ୍ରିକ ପ୍ରମାଣନ ସଂଯୋଗକୁ ଦେଶବ୍ୟାପୀ ବାଧ୍ୟତାମୂଳକ କରାଯାଇଛି।ଇସ୍ପାତ, ଲୁହା, ଆଲୁମିନିୟମ ଭଳି ସମସ୍ତ ପ୍ରକାର ମିଲ୍କ କେନ୍ ଉପରେ ସମାନ ୧୨ ପ୍ରତିଶତ ଜିଏସ୍ଟି ଆଦାୟ ପାଇଁ ପରିଷଦ ସୁପାରିସ କରିଛି। ସେହିଭଳି ସମସ୍ତ କାଟୁନ୍ ବାକ୍ସ ଏବଂ କେସ୍ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସ୍ଟି ଆଦାୟ ଲାଗି ନିଷ୍ପତ୍ତି ହୋଇଛି। ହିମାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀରର ସେଓ ଚାଷୀଙ୍କୁ ଏହା ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ପରିଷଦ ପକ୍ଷରୁ ଆଜି ରେଳବାଇ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ସେବାକୁ ଜିଏସ୍ଟି ମୁକ୍ତ କରାଯାଇଛି। ସେଗୁଡ଼ିକ ମଧ୍ୟରେ ପ୍ଲାଟଫର୍ମ ଟିକେଟ୍, ପ୍ରତୀକ୍ଷା ଗୃହ ସୁବିଧା ହାସଲ, ବ୍ୟାଟେରି ପରିଚାଳିତ କାର୍ ସେବାକୁ ଜିଏସ୍ଟିରୁ ବାଦ୍ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
Trending
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
Prev Post
Next Post