ଖୁଚୁରା ବିକ୍ରି କ୍ଷେତ୍ରରେ ଯେତେବେଳେ ନୂଆ ବିପ୍ଳବ ଦେଖାଯିଏ ତାହାର ସିଧାସଳଖ ପ୍ରଭାବ ତେଜରାତି ଦୋକାନଗୁଡ଼ିକ ଉପରେ ପଡ଼ିଥାଏ। ତେଜରାତି ଦୋକାନଗୁଡ଼ିକ ଅତୀତରେ ଏଭଳି ଅନେକ ଆହ୍ବାନକୁ ସାମ୍ନା କରିଛନ୍ତି। ଏବେ ସେମାନଙ୍କ ସାମ୍ନାରେ ଆଉ ଏକ ନୂଆ ବିପଦ ଉଭା ହୋଇଛି। ତାହା ହେଉଛି ‘କ୍ବିକ୍ କମର୍ସ’। ବ୍ଲିଙ୍କଇଟ୍, ଇନଷ୍ଟାମାର୍ଟ, ଜେପ୍ଟୋ ଓ ବିପି ନାଓ ଭଳି ସଂସ୍ଥା ଲୋକମାନଙ୍କ ପାଖରେ ଦ୍ରୁତ ଗତିରେ ଗ୍ରୋସରି ପହଞ୍ଚାଉଥିବା ବେଳେ ସେମାନେ ୧୦-୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ଦେଉଛନ୍ତି। ସେଥିପାଇଁ ଦେଶର ବଡ଼ ବଡ଼ ସହର ସମେତ ଅନେକ ସ୍ଥାନରେ ସେମାନଙ୍କ ଚାହିଦା ବଢ଼ିବାରେ ଲାଗିଛି।ଦେଶରେ ୧୨ ନିୟୁତରୁ ଅଧିକ ତେଜରାତି ଦୋକାନ ରହିଛି। ଆଖପାଖ ଲୋକଙ୍କ ଡାଲି, ଚାଉଳଠାରୁ ଆରମ୍ଭ କରି ସାମ୍ପୁ, ସାବୁନ, ମସଲା ଆଦି ଆବଶ୍ୟକତା ପୂରଣ କରିବାରେ ସେମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଇକମର୍ସ କମ୍ପାନିଗୁଡ଼ିକ ଆସିବା ପରେ ଏହି କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି।ଯେଉଁ ଗତିରେ ଦେଶରେ ଇ-କମର୍ସ ବ୍ୟବସାୟ ବଢ଼ୁଛି ତାହାକୁ ନେଇ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ବାର୍ଷିକ ୨୭ ପ୍ରତିାତ ହାରରେ ବଢ଼ୁଥିବା ଇ-କମର୍ସ କାରବାର ଏକ ସଫଳତା ନୁହେଁ, ବରଂ ଚିନ୍ତାର ବିଷୟ। ଦେଶରେ ଏହା ସାମାଜିକ ବିଭ୍ରାଟ ସୃଷ୍ଟି କରିପାରେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ବିଶେଷ କରି ଦେଶରେ ଥିବା ୧୦ କୋଟିରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ଏହା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଦେଶରେ ଛୋଟ ଓ ବଡ଼ ଦୋକାନ ଭିତରେ ଏକ ବଡ଼ ଧରଣର ଅନ୍ତର ଦେଖାଦେଇଛି। ୧୦ ବର୍ଷ ପୂର୍ବେ ଯେତିକି ମୋବାଇଲ୍ ଦୋକାନ ଥିଲା, ଏବେ ଆଉ ସେଗୁଡ଼ିକୁ ଦେଖିବାକୁ ମିଳୁନି। ମୋବାଇଲ୍ ଫୋନ୍ ଓ ଆସେସୋରିଜ୍ କେବଳ ଆପଲ୍ ଭଳି ବଡ଼ କମ୍ପାନି ବିକ୍ରି କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post