ଚାର୍ଜର୍‌ C–ଟାଇପ୍ : କାହିଁକି ଲୋକେ ବହୁଳ ବ୍ୟବହାର କରୁଛନ୍ତି ?

କାହିଁକି ସମସ୍ତେ ପାଗଳ ଏହି ଚାର୍ଜର ପଛରେ ଏଥିରେ ଏମିତି କଣ ଖାସ୍ ଅଛି ?

ଆଜିକାଲି ସବୁଠି ଚାର୍ଜର ଚାହିଦା ଅଧିକ । ସମସ୍ତଙ୍କ ବ୍ୟାଗରେ ଆପଣ ଚାର୍ଜର ଦେଖିବେ । ତେବେ ବି ଟାଇପ୍ , ସି ଟାଇପ ଚାର୍ଜର କଣ ତାହା ଉପରେ ଆମେ ଆଜି ଆପଣଙ୍କୁ ବୁଝାଇବୁ । ଫୋନ୍ ଚାର୍ଜର୍‌ରେ C–ଟାଇପ୍ ପୋର୍ଟ ଆସିଛି ଆଉ ଏହା ବହୁଳ ଭାବେ ମଧ୍ୟ ବ୍ୟବହୃତ ହେଉଛି। ଏହାକୁ ନେଇ ଲୋକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଏହାର ଆବଶ୍ୟକତା କ’ଣ ଥିଲା? ଏହାର ଲାଭ କ’ଣ? ଆଜି ଆମେ ଆପଣଙ୍କୁ କହିବୁ କାହିଁକି ଆଜିକାଲି ସମସ୍ତ ସ୍ମାର୍ଟଫୋନରେ USB 2.0 ପୋର୍ଟ ବଦଳରେ USB ଟାଇପ୍ C ପୋର୍ଟ ଦିଆଯାଉଛି।

ହଁ ଆଜ୍ଞା ବର୍ତ୍ତମାନ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତି ସମସ୍ତେ ବ୍ୟବହାର କରୁଛନ୍ତି ମୋବାଇଲ । ଆଉ ନିଜ ନିଜ ମନ ପସନ୍ଦର ରିଲ୍ସଠୁ ଆରମ୍ଭ କରି ବିଭିନ୍ନ ଶୋ ମଧ୍ୟ ଦେଖୁଛନ୍ତି । ଆଉ ଏହାରି ଭିତରେ ମୋବାଇଲରେ ଚାର୍ଜ ମଧ୍ୟ ସରୁଛି । ହେଲେ ଅଧିକ ସମୟ ଧରି ଚାର୍ଜ ରଖିବା ପାଇଁ ଲୋକ ବ୍ୟବହାର କରୁଛନ୍ତି ଏହି ଚାର୍ଜ । ତାହା କେଉଁ ଚାର୍ଜ ତେବେ ଆସନ୍ତୁ ଜାଣିବା ।
ଆଜିକାଲି ଫୋନ୍ ଚାର୍ଜର୍‌ରେ C–ଟାଇପ୍ ପୋର୍ଟ ଆସିଛି ଆଉ ଏହା ବହୁଳ ଭାବେ ମଧ୍ୟ ବ୍ୟବହୃତ ହେଉଛି। ଏହାକୁ ନେଇ ଲୋକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଉଠିଥାଏ ଯେ ଏହାର ଆବଶ୍ୟକତା କ’ଣ ଥିଲା? ଏହାର ଲାଭ କ’ଣ? ଆଜି ଆମେ ସମସ୍ତେ ମୋବାଇଲ୍ ଫୋନର ଆଧୁନିକ ରୂପ ବ୍ୟବହାର କରୁଛନ୍ତି ଯାହାକୁ ସ୍ମାର୍ଟଫୋନ୍ କୁହାଯାଏ। ଆମେ ସମସ୍ତେ ସ୍ମାର୍ଟଫୋନ୍ ସହିତ ଭଲ ଭାବରେ ପରିଚିତ। ସମୟ ସହିତ ମୋବାଇଲ୍ ଫୋନ୍ ବଦଳିଥିବାରୁ ଏହା ସହିତ ଜଡିତ ଆସେସୋରିଜ୍ ମଧ୍ୟ ବହୁତ ବଦଳିଛି। ସେ ଯେକୌଣସି ଫୋନ୍ ହେଉନା କାହିଁକି ଏହା ବ୍ୟବହାର କରିବାକୁ ହେଲେ ଏହାକୁ ମଧ୍ୟ ଚାର୍ଜ କରିବାକୁ ପଡିଥାଏ।

ଫୋନ୍‌କୁ ଚାର୍ଜ କରିବାକୁ ହେଲେ ଏକ ଚାର୍ଜରର ମାଧ୍ୟମ ଆବଶ୍ୟକ ।
ଆଜିକାଲି ଅଧିକାଂଶ ସ୍ମାର୍ଟଫୋନ୍ USB ଟାଇପ୍ C ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଆସିଥାଏ। USB Type C ମାଇକ୍ରୋ USB 2.0 ପୋର୍ଟ ଅପେକ୍ଷା ଫୋନକୁ ଶୀଘ୍ର ଚାର୍ଜ କରେ। ଏହାର ସବୁଠାରୁ ବଡ କାରଣ ହେଉଛି ବିଦ୍ୟୁତ୍ ପରିବହନ। ମାଇକ୍ରୋ USB 2.0 ପୋର୍ଟ ସର୍ବାଧିକ ୨୦ ୱାଟ୍‌ର ସର୍ବାଧିକ ଶକ୍ତି ସ୍ଥାନାନ୍ତର କରିପାରେ, ଯେତେବେଳେ କି USB ଟାଇପ୍ C ୧୦୦ ୱାଟ୍‌ ପର୍ଯ୍ୟନ୍ତ ଶକ୍ତି ସ୍ଥାନାନ୍ତର କରିପାରେ।

ଏହାର ଅର୍ଥ ହେଉଛି USB ଟାଇପ୍ C ସହିତ ଫୋନ୍ ପାଞ୍ଚ ଗୁଣ ଶୀଘ୍ର ଚାର୍ଜ ହୋଇପାରିବ। ଆଜିର ସମୟରେ ସ୍ମାର୍ଟଫୋନ୍‌ଗୁଡିକରେ ଭଲ RAM ଏବଂ ପ୍ରୋସେସର୍ ଯୋଗାଇ ଦିଆଯାଉଛି, ଯେଉଁଥିପାଇଁ ସେଥିରେ ବ୍ୟାଟେରୀ ଖର୍ଚ୍ଚ ମଧ୍ୟ ଅଧିକ ହେଉଛି। ତେଣୁ, ଶୀଘ୍ର ଚାର୍ଜିଂ ପାଇଁ ସେଥିରେ ଅଧିକ mAh ବ୍ୟାଟେରୀ ଯୋଗାଇ ଦିଆଯାଉଛି। ଏହାକୁ ଶୀଘ୍ର ଚାର୍ଚ୍ଚ କରିବା ପାଇଁ USB ଟାଇପ୍ C ପୋର୍ଟର ଆବଶ୍ୟକତାକୁ ଅନୁଭବ କରାଯାଇଥିଲା ।