ଚର୍ଚ୍ଚାରେ ଏଲନ୍ ମସ୍କ
ଏଲନ୍ ମସ୍କ ନିଜ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ର ମାଲିକାନା ନେବା ପରେ ତାଙ୍କ ଚର୍ଚ୍ଚା ବହୁତ୍ ବଢ଼ିଯାଇଥିଲା । ଏଲନ ମସ୍କ ବର୍ତ୍ତମାନ X ରେ ଏପରି କାମ କରିଛନ୍ତି ଯାହା ଆଉ କେହି କରିବା ଅସମ୍ଭବ । ବାସ୍ତବରେ ଏଲନ ମସ୍କ ହେଉଛନ୍ତି X ରେ ୨୦୦ ମିଲିୟନ ଫଲୋର୍ସ ପାଇଥିବା ପ୍ରଥମ ବ୍ୟକ୍ତି । ଏଲନ ମସ୍କଙ୍କ ଫଲୋର୍ସ ସଂଖ୍ୟା ଏତେ ଅଧିକ ଯେ ତାଙ୍କ ଆଖ ପାଖରେ ବି କେହି ନାହାଁନ୍ତି ।
ଏଲନ ମସ୍କ ୨୦୨୨ ମସିହାରେ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ । ଏହା ପରେ ସେ ମାଇକ୍ରୋବ୍ଲଗିଂ ପ୍ଲାର୍ଟଫର୍ମରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରିଥିଲେ ।