କର୍ପୋରେଟ୍ କଂପାନିକୁ ଜିଏସ୍ଟି ନୋଟିସ୍
ନୂଆବର୍ଷ ଖୁସି ଆଣିବା ବଦଳରେ କର୍ପୋରେଟ୍ ଚିନ୍ତାର କାରଣ ପାଲଟିଛି। ବହୁ ସଂଖ୍ୟାରେ କଂପାନିକୁ ଜିଏସ୍ଟି ନୋଟିସ୍ ମିଳିଛି। ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)କୁ ୮୦୬ କୋଟି ଟଙ୍କାର ନୋଟିସ୍ ମିଳିଥିଲା। ପ୍ରଥମେ ମହାରାଷ୍ଟ୍ର ଓ ପରେ ତେଲେଙ୍ଗାନା ପକ୍ଷରୁ ଏଲ୍ଆଇସିକୁ ଜିଏସ୍ଟି ନୋଟିସ୍ ପଠାଯାଇଛି।ପାଞ୍ଚଟି ରାଜ୍ୟ ଏହି ନୋଟିସ୍ ପଠାଇଛନ୍ତି। ଜୋମାଟୋକୁ ୪୦୨ କୋଟି ଟଙ୍କାର ନୋଟିସ୍ ମିଳିଛି। ଆଇସର ମୋଟର୍ସ, ଏସିଆନ ପେଣ୍ଟ୍ସ, ନେସ୍ଲେ ଇଣ୍ଡିଆ ଏବଂ ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍କୁ ମଧ୍ୟ ଜିଏସ୍ଟି ନୋଟିସ୍ ମିଳିଛି। ଗେମିଂ ଶିଳ୍ପକୁ ୧.୫ ଲକ୍ଷ କୋଟି ଟଙ୍କାର ଟିକସ ନୋଟିସ୍ ପଠାଯାଇଥିବା ବେଳେ ବୀମା ଶିଳ୍ପକୁ ୫,୫୦୦ କୋଟି ଟଙ୍କା ଏବଂ ରିଅଲ ଇଷ୍ଟେଟ୍ ଶିଳ୍ପକୁ ୨୦୦୦ କୋଟି ଟଙ୍କାର ଟିକସ ନୋଟିସ୍ ଜାରି କରାଯାଇଛି।