ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ରେ ମୌଳିକ ସୀମା ଶୁଳ୍କ ହାର ହ୍ରାସ କରିବା ପରେ ଆଇଫୋନ୍ ନିର୍ମାତା ଆପଲ୍ ଏହାର ବିଭିନ୍ନ ମଡେଲ୍ ଫୋନ୍ ଦାମ୍ ହ୍ରାସ ଘୋଷଣା କରିଛି। କମ୍ପାନି ଆଇଫୋନ୍ ଦାମ୍ରେ ୩ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘୋଷଣା କରି ଗ୍ରାହକଙ୍କୁ ଶୁଳ୍କ ହ୍ରାସର ଲାଭ ପ୍ରଦାନ କରିଛି। ଆଇଫୋନ ପ୍ରୋ ଏବଂ ପ୍ରୋ ମାକ୍ସ ମଡେଲ ମୂଲ୍ୟ ୫୧୦୦ ଟଙ୍କାରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ କମିଛି। ଭାରତରେ ନିର୍ମାଣ ହେଉଥିବା ଆଇଫୋନ ୧୩, ୧୪ ଏବଂ ୧୫ ଦାମ୍ ୩ ଶହ ଟଙ୍କା କମିଛି। ଆଇଫୋନ୍ ଏସଇ ମୂଲ୍ୟ ୨୩୦୦ ଟଙ୍କା କମିଛି। ଉଲ୍ଲେଖଯୋଗ୍ୟ, ମୋବାଇଲ ଫୋନ ଉପରେ ମୌଳିକ ସୀମା ଶୁଳ୍କକୁ ସରକାର ୨୦ ପ୍ରତିଶତରୁ ୧୫ ପ୍ରତିଶତକୁ କମାଇଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ