କମର୍ସିଆଲ ଏଲ୍ପିଜି ୧୫୮ ଟଙ୍କା ଶସ୍ତା
ପୁଣି ଶସ୍ତା ହୋଇଛି ଏଲ୍ପିଜି । କେନ୍ଦ୍ର ସରକାର ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରି ଦାମ କମାଇଛନ୍ତି । ସାଧାରଣ ଲୋକମାନେ ରୋଷେଇ ପାଇଁ ବ୍ୟବହାର କରୁଥିବା ୧୪.୨ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ରେ ୨୦୦ ଟଙ୍କା ହ୍ରାସ କରିବା ପରେ ଆଜି କମର୍ସିଆଲ୍ ଏଲ୍ପିଜି ଦାମ୍ ୧୫୮ ଟଙ୍କା ଶସ୍ତା ହୋଇଛି। ଯାହାକୁ ନେଇ ଏବେ ସାଧାରଣ ଲୋକ ଖୁସି ପ୍ରକଟ କରିଛନ୍ତି । ଗ୍ୟାସ୍ କଂପାନିଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ ଏଲ୍ପିଜି ଦାମ୍ ସଂଶୋଧନ କରୁଛନ୍ତି। ଆଜି ଦାମ୍ରେ କରାଯାଇଥିବା ହ୍ରାସ ପରେ ୧୯ କେଜିଆ କମର୍ସିଆଲ୍ ଏଲ୍ପିଜି ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୧୫୨୨.୫୦ ଟଙ୍କାକୁ ହ୍ରାସ ପାଇଛି।