ଆରବିଆଇର ନୂଆ ନିୟମ ବିନା ଇଣ୍ଟରନେଟ୍ରେ ହୋଇପାରିବ ଡିଜିଟାଲ ପେମେଣ୍ଟସ୍
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଭାରତ ଏକ ଗ୍ରାମ୍ୟବହୁଳ ରାଷ୍ଟ୍ର ଯେଉଠି ଗାଁ ଲୋକ ମାନଙ୍କର ବିଭିନ୍ନ ସମସ୍ୟା ଭିତରେ ରୁହନ୍ତି । ଆଜି ଯାଏ ଏହି ସବୁ ଗାଁକୁ ଇଣ୍ଟରନେଟର ସୁବିଧା ପହଞ୍ଚିପାରିନାହିଁ । ତଥାପି ଏହି ସବୁ ଗାଁର ବିକାଶ ପାଇ ସରକାର କାର୍ଯ୍ୟରତ । ଏହି ଗାଁ ଗୁଡିକର ଡିଜିଟାଲ ଟ୍ରାଞ୍ଜାକସନ ବଢାଇବା ପାଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସେମାବାର ଦିନ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଅଫଲାଇନ ମାଧ୍ୟମରେ ଡିଜିଟାଲ ପେମେଣ୍ଟସ୍ କୁ ନେଇ ଏକ ନୂଆ ପ୍ଲାନ ବାହାର କରିଛି। ଅଫଲାଇନ ପେମେଣ୍ଟ ଅନ୍ତର୍ଗତ ଏବେ ୨୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ୍ କରିବାର ଅନୁମତି ମିଳିଛି। ଏଥିରେ ମୋଟ ୧୦ଟି ଟ୍ରାଞ୍ଜାକସନ ମାନେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଅଫଲାଇନ ଟ୍ରାଞ୍ଜାକସନ୍ କରିବାର ଅନୁମତି ମିଳିଛି। ଅଫଲାଇନ ଡିଜିଟାଲ ପେମେଣ୍ଟ ମାନେ ଏଥିରେ ଇଣ୍ଟରନେଟ ଓ ମୋବାଇଲର ଆବଶ୍ୟକତା ନାହିଁ।
ଏଥିରେ ଆପଣ ସମ୍ପୂର୍ଣ୍ଣ ରୂପେ ଅଫଲାଇନ ମାଧ୍ୟମରେ ପେମେଣ୍ଟ କରିବେ । ଏହି ଟ୍ରାଞ୍ଜାକସନ୍ ପାଇଁ ଏଡିସନ୍ ଫ୍ରାକ୍ଟର ଅଫ୍ ଅଥେଣ୍ଟିକେସନ୍ ର ଆବଶ୍ୟକତା ପଡ଼ିବ ନାହିଁ। କାରଣ ଏଥିରେ ସମସ୍ତ ପ୍ରୋସେସ ଅଫଲାଇନ ମାଧ୍ୟମରେ ହେବ। ତେଣୁ ଗ୍ରାହକଙ୍କୁ ମେସେଜ ଅଥବା ଇମେଲ ଜରିଆରେ ସମୟ ବ୍ୟବଧାନ କ୍ରମେ ଆଲର୍ଟ କରାଯିବ। ଇଣ୍ଟରନେଟ ନଥିବା ସ୍ଥାନରେ ମଧ୍ୟ କୌଣସି ସମସ୍ୟା ହେବ ନାହିଁ। ବିଶେଷ କରି ଗାଁରେ ଏହାର ପ୍ରଭାବ ବୃଦ୍ଧି ପାଇବ । ଲୋକମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ। ଗ୍ରାହକଙ୍କ ବିନା ଅନୁମତିରେ ଏହା କରାଯିବ ନାହିଁ।