ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ନୂଆ ସର୍ବେକ୍ଷଣ ଅନୁସାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତି ତିନି ନିବେଶକଙ୍କ ଭିତରୁ ଜଣେ ଲେଖାଏଁ ବିପଦପୂର୍ଣ୍ଣ ଇଣ୍ଟ୍ରା-ଡେ ଟ୍ରେଡିଂ କରୁଛନ୍ତି। ସେମାନଙ୍କ ଭିତରୁ ୭୦ ପ୍ରତିଶତ କ୍ଷତି ସହୁଛନ୍ତି। ଦେଶରେ ୩୦ ବର୍ଷରୁ କମ୍ ବୟସର ନିବେଶକମାନଙ୍କ ଅବଦାନ ୪୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮-୧୯ରେ ସେମାନଙ୍କ ସଂଖ୍ୟା ୧୮ ପ୍ରତିଶତ ଭଳି ନିମ୍ନ ସ୍ତରରେ ଥିଲା। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଇକ୍ବିଟି କ୍ୟାସ୍ କ୍ଷେତ୍ରରେ ଇଣ୍ଟ୍ରା-ଡେ ଟ୍ରେଡିଂ କରୁଥିବା ନିବେଶକଙ୍କ ସଂଖ୍ୟା ୬୯ ଲକ୍ଷକୁ ବୃଦ୍ଧି ପାଇଛି ଯାହା ୨୦୧୮-୧୯ରେ ୧୫ ଲକ୍ଷ ଥିଲା। ଇତି ମଧ୍ୟରେ ସେମାନଙ୍କ ସଂଖ୍ୟାରେ ୪.୬ ଗୁଣା ବୃଦ୍ଧି ହୋଇଛି। ଏହି କ୍ଷେତ୍ରରେ କମ୍ କାରବାର କରୁଥିବା, କ୍ବଚିତ୍ କାରବାର କରୁଥିବା, ଯୁବ ଟ୍ରେଡର୍ ଏବଂ ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକର ଟ୍ରେଡରଙ୍କୁ ଦେଖିବାକୁ ମିଳୁଛି। ଦୈନିକ ୫୦ ହଜାର ଟଙ୍କାରୁ କମ୍ ଟ୍ରେଡିଂ କରୁଥିବା ଟ୍ରେଡରମାନଙ୍କ ସଂଖ୍ୟା ମଧ୍ୟ ଆଲୋଚ୍ୟ ସମୟ ଖଣ୍ଡରେ ୨୭ ପ୍ରତିଶତରୁ ବୃଦ୍ଧି ପାଇ ୫୬ ପ୍ରତିଶତରେ ପହଞ୍ଚିଛି।
Trending
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
- ସେପ୍ଟେମ୍ବର 7ରୁ ଆରମ୍ଭ ହେଉଛି ପିତୃପକ୍ଷ
- ଗୁରୁତର ଅଛନ୍ତି ଅଭିଜିତ ମଜୁମଦାର
- GST ସ୍ଲାବରେ ବଡ଼ ପରିବର୍ତ୍ତନ
- ଆଜି ପାର୍ଶ୍ୟ ପରିବର୍ତ୍ତିନ ଏକାଦଶୀ : କଣ ରହିଛି ରହସ୍ୟ
- ପଞ୍ଚାଏତ ନିର୍ବାଚନ ପୂର୍ବରୁ ଏନଏସି ଘୋଷଣା ବିଜେପିକୁ କେତେ ଫାଇଦା ଦେବ ?
- ନିଜ ଝିଅକୁ କାହିଁକି ଦଳରୁ ବାହାର କଲେ କେସିଆର୍
Prev Post
Next Post