ଇଭି ଚଳାଚଳରେ ଓଡ଼ିଶା ସପ୍ତମ

ଇଲେକ୍ଟ୍ରିକ୍ ଯାନ (ଇଭି) ଚଳାଚଳ ଓ ଗ୍ରହଣୀୟତାରେ ଓଡ଼ିଶାର ପ୍ରଦର୍ଶନ ସାରା ଦେଶରେ ଏତେଟା ଉତ୍ସାହଜନକ ନାହିଁ। ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚକାଙ୍କ ଅନୁସାରେ ଓଡ଼ିଶା ସର୍ବମୋଟ ୪୧ ସ୍କୋର୍‌ ସହ ସପ୍ତମ ସ୍ଥାନରେ ରହିଛି। ଏହାକୁ ତୃତୀୟ ବର୍ଗ ‘ଆକାଂକ୍ଷୀ’ରେ ସାମିଲ…

ନିର୍ମାଣ ହେବ 835 ଆଦର୍ଶ ବିଦ୍ୟାଳୟ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛିଯେ, ପ୍ରଥମ ପର୍ଯ୍ୟାୟରେ ୮୩୫ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ଏହି ବିଦ୍ୟାଳୟ ଗୁଡିକ ରାଜ୍ୟର ଉଚ୍ଚ ବିଦ୍ୟାଳୟ…

ଆଜି ଏନଡ଼ିଏ ସଂସଦୀୟ ଦଳ ବୈଠକ

ବିହାରରେ ହୋଇଥିବା ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା କାର୍ଯ୍ୟ(ଏସଆଇଆର୍‌) ଉପରେ ଆଲୋଚନା ଦାବିକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଛି। ସୋମବାର ଲୋକସଭାରେ ସରକାର ବିଭିନ୍ନ ବିଧେୟକ ଆଗତ କରିବାକୁ ଯୋଜନା କରିଥିବା ବିରୋଧୀ ସଦସ୍ୟମାନେ ଏସ୍‌ଆଇଆର ଉପରେ ଆଲୋଚନା ଦାବି କରି ହୋହଲ୍ଲା…

ଆଜିର ରାଶିଫଳ

ମେଷ: ଉଦାରଚେତା ଓ ଉଦାର ଚରିତସମ୍ପନ୍ନ ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ରହିବେ। କୃଷି କର୍ମକାରୀ ହେବେ। ଜ୍ୟେଷ୍ଠ ନହୋଇ ବି ଶ୍ରେଷ୍ଠ ହେବେ। ବୃଷ: ଆତ୍ମବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। କଥାବାର୍ତ୍ତାରେ ଆତ୍ମୀୟତା…

6 ରୁ ବଢିବ ବର୍ଷା

ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୬୦.୮ ମିମି, ଖୋର୍ଧାରେ ୪୮ ମିମି, କେନ୍ଦ୍ରାପଡ଼ାରେ ୪୧.୮ ମିମି ଓ ରାଜଧାନୀ ଭୁବନେଶ୍ବରରେ ୨୫.୬ ମିମି ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ବି ଅଳ୍ପ ବହୁତ ବର୍ଷା…

ନୌକା ଓଲଟି ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ

ୟେମେନରେ ବଡ଼ ଅଘଟଣ । ଦକ୍ଷିଣ ଅବିଆନ ପ୍ରଦେଶ ନିକଟରେ ନୌକା ଓଲଟି ପଡ଼ିବାରୁ  ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ୟେମେନ ଗଣମାଧ୍ୟମ ଅନୁଯାୟୀ, ପ୍ରାୟ ୧୫୪ ଜଣ ଶରଣାର୍ଥୀଙ୍କୁ ନେଇ ଏହି ନୌକା ଗଲ୍ଫ ଅଫ ଏଡେନରେ ଖରାପ ପାଗ ଯୋଗୁ ଓଲଟି ପଡ଼ିଥିଲା । ମାତ୍ର ୧୨ ଜଣ ଉଦ୍ଧାର ହୋଇଛନ୍ତି, ଆଉ ୭୪…

ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ

ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ୍ ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ମୁମ୍ବାଇର ବିକେସିରୁ ଆରମ୍ଭ ହୋଇ ଗୁଜରାଟର ଭାପି, ସୁରଟ, ଆନନ୍ଦ, ଭଦୋଦରା ଦେଇ ତାହା ଅହମଦାବାଦ ପହଞ୍ଚିବ। ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ…

ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ସର୍ବକନିଷ୍ଠ ଜୁରୀ ଅଭିନେତ୍ରୀ ପ୍ରକୃତି ମିଶ୍ର

ତୁଳସୀ ମେଗା ଧାରାବାହିକରୁ ଜଣେ ଶିଶୁ କଳାକାରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମିଳିଛି ଆଉ ଏକ ସଫଳତା। ସଙ୍ଗୀତମୟ ପରିବାରରେ ଜନ୍ମିତ ପ୍ରକୃତି ଗୀତ, ନୃତ୍ୟ ଓ ଅଭିନୟ ଦୁନିଆରେ ନିଜ ଯାଦୁ ଦେଖାଇଥିବା ବେଳେ ‘ହେଲୋ ଆର୍‌ସି’ ଚଳଚ୍ଚିତ୍ରରେ ଅଭିନୟ କରି…

କେନିଙ୍ଗଟନ ଓଭାଲ ଟେଷ୍ଟ : ଭାରତ ଇଂଲଣ୍ଡକୁ ୬ ରନରେ ପରାସ୍ତ କରିଛି

କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହାସଲ କରିଛି । ଏକ ରୋମାଞ୍ଚକର ମ୍ୟାଚରେ ଭାରତ ଇଂଲଣ୍ଡକୁ ୬ ରନରେ ପରାସ୍ତ କରିଛି । ଏହା ସହିତ ୫ ଟିକିଆ ସିରିଜ ୨-୨ରେ ଡ୍ର ହୋଇଛି । ଆଜି ଥିଲା ମ୍ୟାଚର ୫ମ ତଥା ଶେଷ ଦିନ । ଶେଷ ଦିନରେ ବିଜୟ ପାଇଁ ଇଂଲଣ୍ଡ ୩୫ ରନ ଆବଶ୍ୟକ ଥିବାବେଳେ ଭାରତ…

ବଳଙ୍ଗା ପୀଡ଼ିତାଙ୍କର ଅନ୍ତିମ ସଂସ୍କାର

ଶନିବାର ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ବଳଙ୍ଗା ପୀଡ଼ିତା । ଏହାପରେ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଳଙ୍ଗା ଥାନା ଅନ୍ତର୍ଗତ ପୈତୃକ ଗାଁ ବାୟାବରର ନୂଆ ଗୋପାଳପୁରକୁ ମୃତଦେହକୁ…