ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଏବଂ ବଜେଟ୍ ଉପରେ ସମୀକ୍ଷା

ଆଜି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଏବଂ ବଜେଟ୍ ଉପରେ ଏକ ବ୍ୟାପକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ବିଭାଗର ବିଭିନ୍ନ ଚାଲୁଥିବା ପ୍ରକଳ୍ପ ଏବଂ…

୭ମ ରାଜ୍ୟ ପୁସ୍ତକ ମହୋତ୍ସବ: ୧୦୦ରୁ ଅଧିକ ବହି କିଣିଲେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଚଳିତ ବର୍ଷ ୫୫୦ଟି ଷ୍ଟଲ ରହିଥିବା ବେଳେ ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଛନ୍ତି। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ…

ହାପି ବାର୍ଥ ଡ଼େ ଲିଜେଣ୍ଡ କ୍ରିକେଟର ଯୁବରାଜ ସିଂହଙ୍କ

ଛକା..ଛକା...ଥକ୍କା । ଏକାଥରକେ ୬ଟା ଛକ୍କା । ସେ ସିକ୍ସର କିଙ୍ଗ, ସେ ବିଶ୍ୱବିଜେତା । ଏତିକି କହିଲେ ବି ମନକୁ ଆସେ ଗୋଟିଏ ନାମ । ପଞ୍ଜାବ ଦା ପୁତର । କ୍ରିକେଟ ଇତିହାସରେ ଅଲୋଡା ରେକର୍ଡ । ଯୁବରାଜ ସିଂହ । ଦିନିକିଆ ହେଉ କି ଟି-୨୦ ବ୍ୟାଟ୍ ଧରିଲେ ସେ ସବୁ ଫର୍ମାଟରେ କରନ୍ତି ରାଜ୍ । ଟିମ…

ଭୂକମ୍ପ  ଝଟକାରେ ଥରିଲା ଜାପାନ

ଭୂକମ୍ପ  ଝଟକାରେ ଥରିଲା ଜାପାନ। ଜାପାନର ଆଓମୋରିର ହାଚିନୋହେରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଶୁକ୍ରବାର ଜାପାନରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ଭୂକମ୍ପର ଗଭୀରତା ୧୦.୭…

ସୁସ୍ଥ ଶରୀର ପାଇଁ ମଧ୍ୟ ଗ୍ରୀନ୍ ମଟର ଖୁବ୍ ଲାଭଦାୟକ

ଶୀତ ଋତୁରେ ଅନେକ ପ୍ରକାରର ପନିପରିବା ମିଳେ, ଯାହା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ପରିବା ବଜାରରେ ଏବେ ସ୍ପ୍ରୀଙ୍ଗ୍ ଓନିୟନ୍ , ତଟକା ଫୁଲକୋବି , ଦେଶୀ ବିନ୍ସ , ବନ୍ଧାକୋବି , ବ୍ରୋକୋଲି ଆଦି ନାନା ‘ୱିଣ୍ଟର୍ ଭେଜିଟେବଲ’ ର ଆସର ଜମିଛି । ଏଥିମଧ୍ୟରୁ ଗ୍ରୀନ୍ ମଟର…

ଭାରତୀୟ ଗୁଣବତ୍ତା ପରିଷଦ ( କ୍ୟୁସିଆଇ) ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ

ଭାରତୀୟ ଗୁଣବତ୍ତା ପରିଷଦ ( କ୍ୟୁସିଆଇ) ପକ୍ଷରୁ ଗୁଣବତ୍ତା ସମର୍ପଣ, ଭୁବନେଶ୍ବର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହାର ଲକ୍ଷ୍ୟ ହେଉଛି ସ୍ବାସ୍ଥ୍ୟସେବା, ପରୀକ୍ଷାଗାର, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁଣବତ୍ତା ଇକୋସିଷ୍ଟମର ପ୍ରସାର । ଏହି କାର୍ଯ୍ୟକ୍ରମରେ ଗୁଣବତ୍ତା…

ପୁଅର ପରୀକ୍ଷା ପାଇଁ ବାପା ରାତିସାରା ୮୦୦ କିମି କାର୍ ଚଳାଇଲେ

ଇଣ୍ଡିଗୋ ଏୟାରଲାଇନ୍ସର ଅନେକ ବିମାନ ବାତିଲ ହେବା କାରଣରୁ ଦେଶବ୍ୟାପୀ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହରିଆଣାର ରୋହତକ ଜିଲ୍ଲାର ମାୟନା ଗାଁର ପଙ୍ଘାଲ୍ ପରିବାର ମଧ୍ୟ ଏହି ପରିସ୍ଥିତିରେ ହଇରାଣ ହୋଇଥିଲେ। ଯୁବ ଆନ୍ତର୍ଜାତୀୟ ବନ୍ଧୁକଚାଳନା ଖେଳାଳି ଆଶିଷ ଚୌଧୁରୀ…

ଶିବରାଜ ପାଟିଲଙ୍କ ଦେହାନ୍ତ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କର ଶୁକ୍ରବାର ସକାଳ ସାଢ଼େ ୬ଟା ସମୟରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ଲାତୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ…

ବଢ଼ୁଛି ଶୀତ,ଖସିବାରେ ଲାଗିଛି ରାତି ପାରଦ

ରାଜ୍ୟକୁ  ଶୁଷ୍କ ଓ ଥଣ୍ଡା ଉତ୍ତରା ବାୟୁର ପ୍ରବାହ ହେତୁ ତାପମାତ୍ରା କମିଛି ଓ ଶୀତ ବଢ଼ିଛି। ପ୍ରବଳ ଶୀତ ଯୋଗୁ ବସ୍ତି ଅଞ୍ଚଳରେ ଲୋକମାନେ ରାସ୍ତାକଡ଼ରେ ନିଆଁ ପୁଆଉଁଥିବା ଦେଖିବାକୁ ମିଳୁଛି। ଗତ କିଛି ଦିନ ହେ‌ଲା ଏହି ଭଳି ଶୀତ ଲାଗି ରହିଥିବା ‌ବେଳେ ବୟସ୍କ ଓ ଶିଶୁମାନେ ଜ୍ବର, ଥଣ୍ଡା ଓ…

ବାଲେଶ୍ବରରେ ନୂଆ ଇଏସ୍‌ଆଇ ହସ୍ପିଟାଲ୍‌

କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ବ୍ରହ୍ମପୁର ଓ ବାଲେଶ୍ବରରେ ହସପିଟାଲ ସ୍ଥାପନ କରିବା ଲାଗି ଜମି ଅଧିଗ୍ରହଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଉଭୟ ସ୍ଥାନରେ ୧୦୦ ଶଯ୍ୟା ବିଶିଷ୍ଟ ହସପିଟାଲ  ନିର୍ମାଣ କରିବା ଲାଗି ୫ ଏକର ଲେଖାଏଁ ଜମି ଅଧିଗ୍ରହଣ କରାଯାଉଛି। ସେହି ଦୁଇ…