୪୫ ଲକ୍ଷ କୋଟିର ବଜେଟ୍
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ସାଧାରଣ ବଜେଟ୍ ୨୦୨୩-୨୪ ଆଗତ କରିଛନ୍ତି । ଏହି ବଜେଟର ଆକାର ୪୫ ଲକ୍ଷ କୋଟି ଟଙ୍କା ରହିଛି । ୨୦୨୨-୨୩ର ବଜେଟ୍ ଅଟକଳ ଅନୁସାରେ ଏହା ୩୯ ଲକ୍ଷ କୋଟି ଥିଲା । ତେବେ ସଂଶୋଧିତ ଅଟକଳ ଅନୁସାରେ ଏହା ୪୧ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା । …