ଆଜିର ରାଶିଫଳ
ମେଷ: କାରବାର ବୃଦ୍ଧି ଲାଗି ଦିନଟି ଭଲ। ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବେ। ଅଫିସ କାମରେ ଚିନ୍ତା କମ୍ ରହିବ। ନୂଆ ସଂପର୍କ ଗଢ଼ିବା ପାଇଁ ଦିନଟି ଭଲ।
ବୃଷ: କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକମାନେ ଭଲ ପ୍ରଦର୍ଶନ କରିବେ। ସୁସମ୍ବାଦ ମିଳିବ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ।
ମିଥୁନ: ନୂଆ କାମ କରିବା ପାଇଁ ଦିନଟି ବହୁତ ଭଲ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। କାମରେ ପରିବାର ଲୋକ ସାହାଯ୍ୟ କରିବେ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ।
କର୍କଟ: ବ୍ୟବସାୟୀ ନୂଆ ଯୋଜନା ପ୍ରସ୍ତୁତ କରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ। କର୍ତ୍ତୃପକ୍ଷ ଆପଣଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇପାରନ୍ତି। ପ୍ରେମିକାଙ୍କୁ ଉପହାର ଦେବେ।
ସିଂହ: ମସ୍ତିଷ୍କରେ ଘୂରି ବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ଶୁଭ ଖବର ମିଳିବାର ଯୋଗ ରହିଛି। ଆୟ ବୃଦ୍ଧି ହେବ। ଅଫିସରେ ସମସ୍ତେ ଆପଣଙ୍କୁ ସହଯୋଗ କରିବେ।
କନ୍ୟା: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ବ୍ୟବସାୟରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ ଲାଭପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।
ତୁଳା: ଜରୁରୀ କାମରେ ଦୂରସ୍ଥାନକୁ ଯିବେ। ଅଫିସରେ କାମର ବୋଝ ବଢ଼ିପାରେ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ବହୁତ ଆଶା ରହିବ। ଶରୀର ସୁସ୍ଥ ରଖିବା ଲାଗି ଖର୍ଚ୍ଚ କରିବେ।
ବିଛା: ଧୈର୍ଯ୍ୟଧରି କାମ କରନ୍ତୁ ସଫଳ ହେବେ। ଅଫିସରେ କୌଣସି କଥାକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଦୂର କରିବେ। ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।
ଧନୁ: ଗମ୍ଭୀରତାର ସହ ଚେଷ୍ଟା କରନ୍ତୁ, ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ।
ମକର: ଲୋକଙ୍କ ନଜରରେ ଆପଣଙ୍କ ଆକର୍ଷଣ ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଇଂଜିନିଅରିଂ ଛାତ୍ରଙ୍କ ଲାଗି ଦିନଟି ଭଲ।
କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହା ଭବିଷ୍ୟତକୁ ଉଜ୍ଜ୍ବଳମୟ କରିବ। ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମୀନ: ପ୍ରତିଟି କାମରେ ମନ ଲାଗିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।