ଆଜିର ରାଶିଫଳ
ମେଷ: ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ । ଖର୍ଚ୍ଚ ବଢ଼ିପାରେ । ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ । ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ । କିଛି ବିନିଯୋଗ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରନ୍ତି । ପିତୃତୁଲ୍ୟ ବ୍ୟକ୍ତିଙ୍କ ସମର୍ଥନ ଆପଣଙ୍କ ପାଇଁ ଲାଭଦାୟୀ ହେବ । ଧ÷ର୍ଯ୍ୟ ସହିତ କାମ କରିବାର ଆବଶ୍ୟକତା ଅଛି । ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ମଧ୍ୟ କିଛି ସମୟ ବିତାନ୍ତୁ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲରେ ଚାଲିଛି ।
ବୃଷ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ । ବ୍ୟବସାୟ ଅନେକ ପ୍ରତିଯୋଗିତାର ସମ୍ମୁଖୀନ ହେବ । କିଛି ନକାରାତ୍ମକ ପ୍ରବୃତ୍ତିର ଲୋକ ଆପଣଙ୍କ ବିରୋଧରେ ଷଡଯନ୍ତ୍ର ରଚିପାରନ୍ତି । ସ୍ୱାମୀ-ସ୍ତ୍ରୀ ସଂପର୍କରେ କିଛି ବିବାଦ ଦେଖାଦେବ । ପାଦ ଫୁଲିଯିବା ବା ପାଦରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ । ସମୟ ସମୟରେ ବିଶ୍ରାମ ନେବା ଆବଶ୍ୟକ ।
ମିଥୁନ: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି । ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ ଏବଂ ଅତୀତର କିଛି ନକାରାତ୍ମକ ଭୁଲ ଧାରଣା ଦୂର ହେବ । ଅଜ୍ଞାତ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଏବଂ ଯୋଗାଯୋଗ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆଜି ବାହାରର ଅଚିହ୍ନା ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାର ବ୍ୟବସାୟିକ ଚୁକ୍ତି କରନ୍ତୁ ନାହିଁ । ଜୀବନସାଥୀ ସହିତ ସୁସମ୍ପର୍କ ରହିବ । ଥଣ୍ଡା ଭଳି ସମସ୍ୟା ଦେଖାଦେଇପାରେ । ସେପରି ହେଲେ ଉପଯୁକ୍ତ ଚିକିତ୍ସା କରାଇବା ଆବଶ୍ୟକ ।
କର୍କଟ: ମନର ଆଶା ପୂରଣ ହେବ । କାର୍ଯ୍ୟ ସଫଳ ହେବ । ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ । ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ବନ୍ଧୁ-ପରିଜନରେ ଖୁସି ମନାଇବାର ସୁଯୋଗ ମିଳିପାରେ । ଘରର ଜଣେ ସଦସ୍ୟଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ହେତୁ ଅସନ୍ତୋଷ ରହିପାରେ । ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ •ଲିବ । ବିଲଡର୍ସ ଏବଂ ସମ୍ପତ୍ତି ଡିଲରମାନେ ଲାଭ କରିବେ । ବୈବାହିକ ଜୀବନ ସ୍ୱାଭାବିକ ହେବ । ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି ।
ସିଂହ: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ଅତ୍ୟଧିକ ବ୍ୟସ୍ତତା ହେତୁ ଆପଣ ଘରେ ସମୟ ଦେଇ ପାରିବେ ନାହିଁ । କିନ୍ତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାଧାନ କରିବାରେ ସଫଳ ହେବେ । କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହେତୁ ଉଦ୍ୟମରେ ସଫଳତା ପ୍ରାପ୍ତ ହେବେ । ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରତା ବଜାୟ ରଖନ୍ତୁ ମା’ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିପାରନ୍ତି । ସ୍ୱାମୀ-ସ୍ତ୍ରୀ ସମ୍ପର୍କ ସ୍ୱାଭାବିକ ରହିବ ।
କନ୍ୟା: ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ଚିନ୍ତା ଘାରିବ । ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ । ଦୂରଯାତ୍ରା ସ୍ପୃହଣୀୟ ନୁହେଁ । ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ । କୌଣସି ପ୍ରକାର ଅର୍ଥନୈତିକ କାରବାରରୁ ଦୂରେଇ ରୁହନ୍ତୁ । ମନୋରଞ୍ଜନରେ ସମୟ ଅତିବାହିତ କରିପାରନ୍ତି । ମଧୁମେହ ରୋଗୀମାନେ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ ।
ତୁଳା: ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ । କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ଯଦି ଆପଣ ବୀମା କିମ୍ବା ବିନିଯୋଗ ସହ ଜଡିତ ଏକ ଯୋଜନା କରୁଛନ୍ତି, ତେବେ ଏହା ତୁରନ୍ତ କାର୍ଯ୍ୟକାରୀ ନ କରି କିଛିଟା ବିଳମ୍ବ କରନ୍ତୁ । ଋଣ କାରବାର କରନ୍ତୁ ନାହିଁ । ସହଭାଗିତାରେ କରାଯାଉଥିବା ବ୍ୟବସାୟ ଏକ ଯୋଜନାବଦ୍ଧ ଢଙ୍ଗରେ କରିବା ଆବଶ୍ୟକ । ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଆନ୍ତରିକ ରହିବ ।