ଜୁଲାଇ ମାସରେ ୫ ରାଶିଙ୍କ ବଦଳିବ ଭାଗ୍ୟ
ଜୁଲାଇ ମାସରେ ଶୁକ୍ର ରାଶି ପରିବର୍ତ୍ତନ କରି ଚନ୍ଦ୍ରମାଙ୍କ ରାଶି କର୍କଟରେ ପ୍ରବେଶ କରିବେ। ଏହାସହ ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତା କର୍କଟ ରାଶିରେ ପ୍ରବେଶ କରିବେ। ଜାଣନ୍ତୁ ଜୁଲାଇ ମାସରେ କେଉଁ ୫ ରାଶିଙ୍କ ଭାଗ୍ୟ ବଦଳିବ।
ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ନୂତନ ସୁଯୋଗ ମିଳିବ। ବ୍ୟବସାୟୀ ଲାଭବାନ୍ ହେବେ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ନୂତନ ସୁଯୋଗ ମିଳିବ। ଟଙ୍କା ପଇସା ମିଳିବାର ନୂତନ ସ୍ରୋତ ମିଳିବ। ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ।
କର୍କଟ – ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ। ଉଚ୍ଚ ଚିନ୍ତାଧାରା ଯୋଗୁଁ ସ୍ୱପ୍ନ ପୂରଣ କରିବେ। ଉନ୍ନତି ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ନୂତନ ଚାକିରି ପ୍ରସ୍ତାବ ମିଳିବ। ଆୟରେ ବୃଦ୍ଧି ହେବ। ଜୀବନସାଥୀଙ୍କ ସହଯୋଗ ମିଳିବ।
କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବା ସହ ଜୀବନରେ ଥିବା ସମସ୍ୟା ଦୂର ହେବ। ସଞ୍ଚୟ କରିବେ। ନିବେଶ ପାଇଁ ଉତ୍ତମ ସମୟ।
ତୁଳା – କର୍ମକ୍ଷେତ୍ର ପାଇଁ ଏହି ସମୟ ବରଦାନ ଭଳି। ଦୀର୍ଘ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ମିଳିବ। ଟଙ୍କା ପଇସା ବୃଦ୍ଧି ହେବ। କର୍ମକ୍ଷେତ୍ରରେ ପଦନ୍ନୋତି ହେବ।
ମକର – ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଆରାମ ସହ କାମ ମଧ୍ୟ କରିବେ। ଉନ୍ନତି ହେବା ସହ ନୂତନ ସୁଯୋଗ ମିଳିବ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ଆୟରେ ନୂତନ ସ୍ରୋତ ମିଳିବ।