ଆଜିର ରାଶିଫଳ

ମେଷ: ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। ବେପାର ନେଇ ମନରେ ନୂଆ ବିଚାର ଆସିବ। କଲେଜ ଜୀବନର ବନ୍ଧୁ ସହ ସାକ୍ଷାତ ହେବ।

ବୃଷ: ଭାଗ୍ୟର ପୂରା ସହଯୋଗ ପାଇବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପ୍ରଶଂସା କରିବେ। ପାର୍ଟ ଟାଇମ୍ କାମ ଖୋଜୁଥିଲେ ଭଲ ସୁଯୋଗ ମିଳିବ।

ମିଥୁନ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜରୁରୀ କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ। ଭଲ ଚାକିରିର ସୁଯୋଗ ଆସିବ।

କର୍କଟ: ଆପଣ ଆଜି ସୁସ୍ଥ ସବଳ ଅନୁଭବ କରିବେ। କୌଣସି ଉତ୍ସରୁ ଆଶା ଠାରୁ ଅଧିକ ଧନଲାଭ ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ସମ୍ପର୍କରେ ନୂଆ ଚେତନା ସଂଚାର ହେବ।

ସିଂହ: ଆପଣ ଭଲ କାମ ପାଇଁ ସମ୍ମାନିତ ହେବେ। ବେପାରୀଙ୍କୁ ଧନଲାଭର ସୁଯୋଗ ମିଳିବ। ମହିଳାଙ୍କୁ କୌଣସି ଘରୋଇ ସଂସ୍ଥାରେ ଚାକିରି ମିଳିପାରେ। ପ୍ରେମ ଜୀବନ ଭଲ ରହିବ।

କନ୍ୟା: ନିଜକୁ ବଦଳାଇବା ପାଇଁ ଦିନଟି ଭଲ। ଭବିଷ୍ୟତର ଆୟ ବୃଦ୍ଧି ପାଇଁ ଯୋଜନା କରିବେ। ସମ୍ପର୍କୀୟଙ୍କ ସାହାଯ୍ୟ ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ତୁଳା: ଅଫିସରେ ଆଖପାଖର ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକଙ୍କ ବିଚାରର ସମ୍ମାନ ହେବ।

ବିଛା: ଆପଣ ନୂଆ କାମରେ ନିଜର ଧ୍ୟାନ ଲଗାଇବେ। ନୂଆ ଚୁକ୍ତି କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଅଧ୍ୟାପକଙ୍କ ଲାଗି ସଫଳତାର ଦିନଟିଏ। ପରିବାର ଲୋକ ଖୁସି ରହିବେ।

ଧନୁ: ସାହାଯ୍ୟକାରୀ ଲୋକଙ୍କ ସହ ଆପଣଙ୍କର ସାକ୍ଷାତ୍‌ ହେବ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିପାରେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

ମକର: ଆପଣ ଜୀବନସାଥୀଙ୍କ ଠାରୁ ପୂରା ସହଯୋଗ ପାଇବେ। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ଛାତ୍ରଙ୍କର ବନ୍ଧୁ ସହ ମିଳାମିଶା ବଢ଼ିବ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଖୁସିରେ ପୂର୍ଣ୍ଣ ରହିବ। ଅଫିସରେ କାମର ଗତି ଦ୍ରୁତ ହେବ। ବେପାରରେ ଆପଣଙ୍କର ସଫଳତା ସୁନିଶ୍ଚିତ ହେବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

ମୀନ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ମୁକାବିଲା କରିବାକୁ ପଡ଼ିବ। ଅଫିସରେ ଆପଣଙ୍କ ଆକର୍ଷଣ ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।