ରାଶିଫଳ
ମେଷ: କଠିନ ପରିସ୍ଥିତିରେ ପରିବାରର ସାହାଯ୍ୟ ପାଇବେ। ଆପଣଙ୍କୁ ନୂଆ ଚାକିରିର ଅବସର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହରେ ଯୋଗ ଦେବେ।
ବୃଷ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପରିଶ୍ରମର ଭଲ ଫଳ ହାସଲ କରିବେ। ଜିନିଷ କିଣିବା ପାଇଁ ବଜାରକୁ ଯାଇପାରନ୍ତି। ଅଫିସ କାମ ନେଇ ବିଚାର ବିମର୍ଶ କରିବାକୁ ପଡ଼ିପାରେ।
ମିଥୁନ: ଅଟକି ରହିଥିବା କାମ ହେବା ଯୋଗୁଁ ମାନସିକ ଶାନ୍ତି ପାଇବେ। ବ୍ୟବସାୟ ବୃଦ୍ଧିର ନୂଆ ପଦ୍ଧତି ଉପରେ ବିଚାର କରିବେ। ଲୋକମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା ହେବ।
କର୍କଟ: ଆପଣଙ୍କୁ ସମ୍ମାନିତ ଲୋକଙ୍କ ସାହଚର୍ଯ୍ୟ ମିଳିବ। ଜୀବନରେ ଲାଗି ରହିଥିବା ଝଞ୍ଜଟରୁ ମୁକ୍ତି ପାଇବେ। ପରିବାରରେ ସୁଖଦ ପରିବେଶ ସୃଷ୍ଟି ହେବ। କଳାକାରଙ୍କୁ ଲାଭ ମିଳିବ।
ସିଂହ: କାମରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଅଫିସ କାମରେ ଅନ୍ୟମାନଙ୍କର ମତ ନିଅନ୍ତୁ ନାହିଁ। ଧର୍ମ ଚର୍ଚ୍ଚାରେ ଅଂଶଗ୍ରହଣ କରିବା ଯୋଗୁଁ ମାନସିକ ଆରାମ ପାଇବେ।
କନ୍ୟା: କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ ଶିଖିବେ। ସମସ୍ୟାର ସମାଧାନ ମିଳିଯିବ। ବେପାରରେ ସହଯୋଗୀର ପ୍ରୋତ୍ସାହନ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ତୁଳା: ଖରାପ ପରିସ୍ଥିତିରେ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାମ ନେଇ ବଡ଼ ଲୋକଙ୍କର ପରାମର୍ଶ ପାଇବେ। କଂପ୍ୟୁଟର ଛାତ୍ର କିଛି ନୂଆ ଶିଖିବେ।
ବିଛା: ଅଫିସରେ କର୍ତ୍ତୃପକ୍ଷ ଦେଇଥିବା କାମକୁ ମନ ଦେଇ କରିବେ। ଅନ୍ୟ ଜରିଆରେ କାମ ହାସଲ କରିବାରେ ସକ୍ଷମ ହେବେ। କିଛି ସମୟ ପ୍ରକୃତି ମଧ୍ୟରେ ଅତିବାହିତ କରିବେ।
ଧନୁ: ଆପଣ କୌଣସି ସମାରୋହରେ ସାମିଲ ହେବେ। ବକେୟା ଅର୍ଥ ପାଇବେ। ଖେଳାଳିମାନେ ପ୍ରଶିକ୍ଷକଙ୍କ ଠାରୁ କିଛି ନୂଆ ଶିଖିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ମକର: ଅଜଣା ବ୍ୟକ୍ତିଙ୍କ ଉପରେ ନ ଭାବିଚିନ୍ତି ବିଶ୍ବାସ କରନ୍ତୁ ନାହିଁ। ଲେଖକଙ୍କର କୌଣସି ପୁସ୍ତକ ପ୍ରକାଶିତ ହୋଇପାରେ। ପରିବାର ସହିତ ସିନେମା ଦେଖିବାର ଯୋଜନା କରିବେ।
କୁମ୍ଭ: ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ। ବ୍ୟବସାୟରେ ଅଡୁଆ ପରିସ୍ଥିତି ଉପୁଜିପାରେ। ଭାଇ ସହିତ ବ୍ୟବସାୟ ସମ୍ବନ୍ଧରେ କଥା ହେବେ। ପାରିବାରିକ ଜୀବନ ଆନନ୍ଦମୟ ହେବ।
ମୀନ: ଆପଣ ନୂଆ ଉପଲବ୍ଧି ହାସଲ କରିବେ। ଆପଣଙ୍କ ମନ ପ୍ରସନ୍ନ ରହିବ। ବାପା କୌଣସି ଦାୟିତ୍ବ ଦେବେ। ଶିକ୍ଷକଙ୍କର ଏକାଗ୍ରତା ଓ ପରିଶ୍ରମକୁ ସମ୍ମାନ ମିଳିବ।