ଆଜିର ରାଶିଫଳ
ମେଷ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଆପଣଙ୍କର ବଡ଼ଙ୍କଠାରୁ ପରାମର୍ଶ ନେବା ଜରୁରୀ। ଅଫିସରେ ଅଧୁରା କାର୍ଯ୍ୟ ପୂରା ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ।
ବୃଷ: ବେପାରର ଗତି ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ରାଜନେତା କୌଣସି ସମାରୋହରେ ମନକଥା ରଖିବେ। ଅଚାନକ ଧନଲାଭ ହେବ।
ମିଥୁନ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଭଲ ଖବର ପାଇବେ। ଚାକିରି ସମ୍ବନ୍ଧୀୟ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବାର ଯୋଜନା କରିବେ।
କର୍କଟ: ଆପଣଙ୍କ ଭାଇ ଆପଣଙ୍କର କୌଣସି କାମରେ ସାହାଯ୍ୟ କରିବେ। ନୂତନ ଚିନ୍ତାଧାରାରେ ବ୍ୟବସାୟ ଆଗକୁ ବଢ଼ାଇପାରନ୍ତି। ଶତ୍ରୁ ଦବି ରହିବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ।
ସିଂହ: କାରବାର ଆଗକୁ ବଢ଼ାଇବା ପାଇଁ ବିଚାର ପ୍ରସ୍ତୁତ କରିବେ। ରାଜନେତାଙ୍କୁ କୌଣସି ଭଲ ପଦ ମିଳିବ। ଜୀବନସାଥୀ ସହିତ ବାହାରକୁ ବୁଲିଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
କନ୍ୟା: ନକାରାତ୍ମକ ମାନସିକତାର ଲୋକଙ୍କଠାରୁ ଦୂରରେ ରହନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ହେବ। ତରବରିଆ ଭାବେ ନେଇଥିବା ନିଷ୍ପତ୍ତି ଭୁଲ ହୋଇପାରେ।
ତୁଳା: କୌଣସି ବନ୍ଧୁର ଆଗମନରେ ଘରେ ଖୁସିର ବାତାବରଣ ହେବ। ଆର୍ଥିକ ସ୍ଥିତି ମଜଭୁତି ହେବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ହାସଲ ହେବ।
ବିଛା: ବେପାରରେ ନିବେଶ ପାଇଁ ଭଲ ଦିନଟିଏ। ସପ୍ଟୱେର ଇଂଜିନିୟର ନିଜର ଲକ୍ଷ୍ୟ ପୂରାକରି ନେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶିକ୍ଷାର୍ଥୀ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।
ଧନୁ: ଅଫିସରେ ସହକର୍ମୀଙ୍କ ସହିତ ମିଳିମିଶି ରହିବା ଦରକାର। ଗରିବ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବେ। ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।
ମକର: ଜୀବନସାଥୀଠାରୁ କୌଣସି ଉପହାର ପାଇବେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିିବ। ବ୍ୟବସାୟ କ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ।
କୁମ୍ଭ: ଅଫିସରେ ଆପଣଙ୍କ କାମ ବଦଳିପାରେ। କୌଣସି ଜିନିଷକୁ ନେଇ ବହୁତ ଉତ୍ସାହିତ ରହିବେ। ରାଜନୀତିରେ ମାନସମ୍ମାନ ବଢ଼ିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।
ମୀନ: ଧୈର୍ଯ୍ୟ ଧରିଲେ ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆପଣଙ୍କର ଭାଇ ଆପଣଙ୍କୁ ସାହାଯ୍ୟ ମାଗିପାରନ୍ତି। ବ୍ୟବସାୟ ଭଲ ଭାବେ ଆଗକୁ ବଢ଼ିବ। ଅଫିସରେ ପଦୋନ୍ନତି ହେବାର ସୁଯୋଗ ଅଛି।