ଆଜିର ରାଶିଫଳ
ମେଷ: କାମ ସମ୍ପର୍କତ ଉଦ୍ୟମରେ ଆପଣ ସଫଳ ହେବେ। ଯାନ କିଣିବାର ଅବସର ମିଳିବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।
ବୃଷ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। କୌଣସି ବନ୍ଧୁ ଉପହାର ଧରି ଆସିବେ। ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।
ମିଥୁନ: ପୂର୍ବର ପାରିବାରିକ ମତଭେଦ ଦୂର ହେବ। ଅଚାନକ ଧନଲାଭ ହେବ। ନୂଆ ଯାନ କିଣିବାକୁ ବିଚାର କରିବେ। ଘରେ ଛୋଟିଆ ସମାରୋହର ଆୟୋଜନ କରିପାରନ୍ତି।
କର୍କଟ: ଲେଖକଙ୍କର କୌଣସି ପୁସ୍ତକ ପ୍ରକାଶିତ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ନୂଆ ପ୍ରକଳ୍ପରେ କାମ କରିବାର ସୁଯୋଗ ମିଳିବ। ପ୍ରେମୀ ଯୁଗଳ ଦୀର୍ଘ ସମୟ ଫୋନରେ କଥା ହେବେ।
ସିଂହ: ବିଦ୍ୟୁତ୍ ବ୍ୟବସାୟୀଙ୍କର ଆମଦାନିରେ ବୃଦ୍ଧି ହେବ। ଆପଣଙ୍କ ପିଲା କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ବିଶେଷ ବନ୍ଧୁର ସ୍ବାଗତ ସତ୍କାରରେ ବ୍ୟସ୍ତ ରହିବେ।
କନ୍ୟା: ଦିନଟି ମହତ୍ତ୍ବପୂର୍ଣ୍ଣ କାମ ସାରିବାରେ ବିତିବ। ଧନଲାଭର ମଉକା ହାତକୁ ଆସିବ। ରାଜନେତା ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ସଙ୍ଗୀତଜ୍ଞମାନେ ଭଲ ପ୍ରଦର୍ଶନ କରିବେ।
ତୁଳା: ଗଣମାଧ୍ୟମ କର୍ମଚାରୀଙ୍କୁ ଲାଭ ହେବ। ସନ୍ତାନ ପକ୍ଷରୁ ସୁଖଦ ଅନୁଭୂତି ମିଳିବ। ଜୀବନସାଥୀ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ଶତ୍ରୁଙ୍କୁ ପରାସ୍ତ କରିବା ଲାଗି ଚେଷ୍ଟା କରିବେ।
ବିଛା: ଅଫିସରେ ଫୋନ୍ର ଉପଯୋଗ କମ୍ କରନ୍ତୁ। ବ୍ୟବସାୟରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରିରେ ବେତନ ବୃଦ୍ଧିର ଯୋଗ ଅଛି। ଉପହାର ମିଳିପାରେ।
ଧନୁ: ଧର୍ମକାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟ ବହୁତ ଭଲ ରହିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ।
ମକର: ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। କାହାରି ଠାରୁ ନେଇଥିବା ଧାର ଅର୍ଥ ଫେରସ୍ତ କରିବେ।
କୁମ୍ଭ: ଅନ୍ଲାଇନ୍ରେ ବଡ଼ ବରାଦ ମିଳିବ। କୌଣସି କାମରେ ବିରୋଧୀ ପରାମର୍ଶ ମାଗିବେ। ସନ୍ତାନ ପକ୍ଷରୁ ଭଲ ଖବର ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ: ଆୟ ଅପେକ୍ଷା ଆପଣଙ୍କର ବ୍ୟୟ ଅଧିକ ହେବ। ଯାନ ଚଳାଇବା ସମୟରେ ଫୋନ ବ୍ୟବହାର କରନ୍ତୁ ନାହିଁ। ରାସ୍ତାରେ କୌଣସି ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।