ରାଶିଫଳ
ମେଷ: ଲାଭ ପାଇବା ପାଇଁ ମହତ୍ତ୍ବାକାଂକ୍ଷାକୁ ନିୟନ୍ତ୍ରଣରେ ରଖନ୍ତୁ। ଭାଗୀଦାରିରେ ବେପାର କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ।
ବୃଷ: ପରିବାର ଲୋକେ ଆପଣଙ୍କ ଠାରୁ ବହୁତ କିଛି ଆଶା କରିବେ। ନିକଟ ସଂପର୍କୀୟଙ୍କୁ ନିଜ ମନର କଥା କହିବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନାକୁ ସମ୍ମାନ ଦେବେ।
ମିଥୁନ: ଆପଣଙ୍କ ଲାଗି ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। ଘରର ସୌନ୍ଦର୍ଯ୍ୟୀକରଣ ଜିନିଷ କିଣିବା ପାଇଁ ବଜାରକୁ ଯିବେ। ବନ୍ଧୁଙ୍କୁ ଭେଟିବା ପାଇଁ ଯୋଜନା କରିପାରନ୍ତି।
କର୍କଟ: ମିଳିଥିବା ଲାଭକୁ ବ୍ୟବସାୟରେ ଲଗାଇବା ପାଇଁ ଭାବିବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଓକିଲାତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ସିଂହ: ଆପଣ ନିଜ ପାଇଁ ସମୟ ବାହାର କରନ୍ତୁ। ଅଚାନକ ଖର୍ଚ୍ଚ ବଢ଼ିବା କଥା ଆପଣଙ୍କୁ ଅଶାନ୍ତ କରିପାରେ। ଆପଣଙ୍କ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆସିବ।
କନ୍ୟା: ପଡ଼ୋଶୀ ଆପଣଙ୍କୁ ସାହାଯ୍ୟ ମାଗିବେ। ନିଜର ବ୍ୟକ୍ତିତ୍ବ ବିକଶିତ କରିବା ପାଇଁ ଚେଷ୍ଟା କରି ପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଡାକ୍ତରୀ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ।
ତୁଳା: ପୂର୍ବରୁ କରିଥିବା ନିବେଶରୁ ଲାଭ ପାଇବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଘରେ ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ବିଛା: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିଆଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ନୂଆ ଲୋକଙ୍କ ସହିତ ମିଶିବା ଫଳରେ ଜୀବନରେ ନୂତନତ୍ବ ଆସିବ।
ଧନୁ: ଆପଣଙ୍କ ହସହସ ସ୍ବଭାବ ଅନ୍ୟମାନଙ୍କୁ ଖୁସି ଦେବ। ବ୍ୟବସାୟରେ ଅଧିକ ଲାଭ ପାଇବେ। ଜୀବନସାଥୀ ଆପଣଙ୍କ କଥା ଧ୍ୟାନ ଦେଇ ଶୁଣିବେ।
ମକର: ପୁରୁଣା କଥାକୁ ନେଇ ବେଶୀ ଚିନ୍ତା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟରେ ରୁଚି ଅଧିକ ରହିବ। ଏଭଳି ଲୋକଙ୍କୁ ଭେଟିବେ ଯାହା ଜରିଆରେ ବ୍ୟବସାୟରେ ଲାଭ ହେବ।
କୁମ୍ଭ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିବ। କିଛି ସୃଜନଶୀଳ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ। ପିଲାଙ୍କ ଉପଲବ୍ଧି ନେଇ ଗର୍ବ ଅନୁଭବ କରିବେ।
ମୀନ: ଅନ୍ୟମାନଙ୍କ ସାହାଯ୍ୟରେ ନିଜର ଶକ୍ତି ଲଗାନ୍ତୁ। ଜୀବନସାଥୀ ସହିତ ଆନନ୍ଦର କ୍ଷଣ ବିତାଇବେ। ଅଯଥା ମାମଲାରେ ମୁଣ୍ଡ ଖେଳାନ୍ତୁ ନାହିଁ।