ଆଜିର ରାଶିଫଳ

ମେଷ: ଘରର ନୂଆ ଦାୟିତ୍ବ ସମ୍ଭାଳିବେ। ବେପାରୀଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ସମୟ ବିତାଇବେ। ବିରୋଧୀମାନେ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରଖିବେ।

ବୃଷ: ଅଫିସରେ କାମ କରିବା ପାଇଁ ପରିବେଶ ଭଲ ରହିବ। ବ୍ୟବସାୟରେ ଧନଲାଭ ହେବ। ଆପଣଙ୍କର ସକାରାତ୍ମକ ଭାବନା ବୃଦ୍ଧି ହେବ। କୃଷକଙ୍କ ଲାଗି ଦିନଟି ଲାଭଦାୟକ।

ମିଥୁନ: ସକାରାତ୍ମକ ବିଚାର ଘେନି କାମ ପୂରା କରିଦେବେ। ଆପଣ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଘରେ ଧାର୍ମିକ ଆୟୋଜନ କରିବା ପାଇଁ ମନ ସ୍ଥିର କରିବେ।

କର୍କଟ: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଧାରିବା ଲାଗି ଭଲ ଦିନଟିଏ।

ସିଂହ: ପୁରୁଣା ଜମିରୁ ଆପଣଙ୍କୁ ଧନଲାଭ ହେବ। ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତିର ସୂଚନା ମିଳିବ। କାମରେ ଯିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ।

କନ୍ୟା: ପରିଶ୍ରମ ବଳରେ ଧନଲାଭର ନୂଆ ରାସ୍ତା ଖୋଲିବ। ମହିଳାମାନଙ୍କୁ ଘର ଲୋକଙ୍କର ସହଯୋଗ ମିଳିବ। ରାଜନୀତିଜ୍ଞ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ତୁଳା: ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସଫଳ ହେବେ। ସ୍ବାସ୍ଥ୍ୟ ନେଇ ସତର୍କ ରହନ୍ତୁ। ବ୍ୟବସାୟରେ ଆପଣଙ୍କୁ ଲାଭ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ବିଛା: କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ହେବ। ସାମାଜିକ କାର୍ଯ୍ୟରେ ଭାଗୀଦାର ହେବେ। ବିଲଡର୍ସଙ୍କୁ ନୂଆ ଠିକା କାମରୁ ଭଲ ଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ଧନୁ: ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପାଇବେ। ରାଜନେତାଙ୍କର ମାନ ସମ୍ମାନରେ ବୃଦ୍ଧି ହେବ। ଜୀବନସାଥୀଙ୍କ ସହିତ ଏକାଠି ମଧ୍ୟାହ୍ନ ଭୋଜନ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ହେବ।

ମକର: ଜୀବନସାଥୀ ସହିତ ସମ୍ବନ୍ଧରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।ତର୍କବିତର୍କ ଠାରୁ ଦୂରରେ ରହି ନିଜ କାମରେ ଧ୍ୟାନ ଦିଅନ୍ତୁ। ମନକୁ ଅଭିନବ ବିଚାର ଆସିବ।

କୁମ୍ଭ: ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ। କ୍ୟାରିୟରରେ ଅଚାନକ ମୋଡ଼ ଆସିବ। ପ୍ରେମୀଯୁଗଳଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ।

ମୀନ: ବନ୍ଧୁମାନଙ୍କ ସହିତ ଖୁସିର ମୁହୂର୍ତ୍ତ କାଟିବେ। ଆର୍ଥିକ ପରିସ୍ଥିତି ବହୁତ ଭଲ ହେବ। କୌଣସି ବିଷୟରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ହେବ।