ଆଜିର ରାଶିଫଳ
ମେଷ: ବେପାରରେ ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଫିସରେ କାମ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। କାମ ଓ ପରିବାର ମଧ୍ୟରେ ତାଳମେଳ ରଖନ୍ତୁ।
ବୃଷ: କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବେ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଶିକ୍ଷକଙ୍କ ପାଇଁ ପଦୋନ୍ନତିର ଯୋଗ ଅଛି। ବିବାଦ ଠାରୁ ଦୂରରେ ରହନ୍ତୁ।
ମିଥୁନ: ଦିନଟି ପରିବାରକୁ ନୂଆ ଖୁସି ନେଇ ଆସିବ। ସନ୍ତାନର ସଫଳତା ଆପଣଙ୍କୁ ଆତ୍ମସନ୍ତୋଷ ଦେବ। ଆପଣ ବନ୍ଧୁମାନଙ୍କ ସହିତ ମଉଜ ମସ୍ତିରେ ବ୍ୟସ୍ତ ରହିବେ।
କର୍କଟ: ବେପାରରେ ଲାଭ ହେବ। କଳା ସାହିତ୍ୟ କ୍ଷେତ୍ରର ଲୋକଙ୍କ ଲାଗି ଦିନଟି ଭଲ। ନିଜ ପ୍ରତିଭା ପ୍ରଦର୍ଶନର ମଉକା ପାଇବେ। ଅଫିସରେ ସହକର୍ମୀଙ୍କ ସହିତ ବନ୍ଧୁତା ହେବ।
ସିଂହ: କାର୍ଯ୍ୟକ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ଆପଣ ନିଜର ଉପଲବ୍ଧିକୁ ନେଇ ଗର୍ବ କରିବେ। ମନୋରଂଜନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭଦାୟକ।
କନ୍ୟା: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ପାଖ ଲୋକ ଆପଣଙ୍କ ଠାରୁ ସାହାଯ୍ୟ ଆଶା କରିବେ। ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ତୁଳା: କୌଣସି କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
ବିଛା: ରାଜନେତାଙ୍କ କାମ ପ୍ରଶଂସିତ ହେବ। ଅଫିସରେ କାର୍ଯ୍ୟ ଭାର ଅଧିକ ହୋଇପାରେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ ଆପଣଙ୍କୁ ଲାଭ ମିଳିବ।
ଧନୁ: ଗରିବ ଲୋକଙ୍କୁ ସାହାଯ୍ୟ କରିବେ। ଅର୍ଥ ସଂପର୍କିତ କାମ କଲାବେଳେ ସାବଧାନ ରହନ୍ତୁ। ଜରୁରୀ କାମ ସମ୍ପର୍କରେ ଗଭୀର ବିଚାର କରିବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମକର: ଦିନଟି ଜୀବନରେ ଏକ ନୂଆ ଦିଶା ନେଇ ଆସିବ। ଅନ୍ୟ ଜିଲ୍ଲାରେ ବେପାର କରିପାରନ୍ତି। ପରିବାରର ପୂରା ସହଯୋଗ ପାଇବେ। କୌଣସି ଅଧିବେଶନରେ ଭାଗ ନେବେ।
କୁମ୍ଭ: ଶାନ୍ତ ମନରେ ଦିନଟି ଆରମ୍ଭ କରିବେ। ଜୀବନସାଥୀର ସହଯୋଗ ପାଇବେ। ଅଯଥା ବିବାଦ ଠାରୁ ଦୂରରେ ରହନ୍ତୁ। ସରକାରୀ କ୍ଷେତ୍ରରୁ ଲାଭ ମିଳିବାର ସମ୍ଭାବନା ଅଛି।
ମୀନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ସାହାଯ୍ୟ ମାଗିବାରେ ସଂକୋଚ କରନ୍ତୁ ନାହିଁ। ବୁଦ୍ଧି ଖଟାଇ କାର୍ଯ୍ୟ କରନ୍ତୁ। ଅଫିସରେ ଆପଣଙ୍କ ବ୍ୟକ୍ତିତ୍ବର ପ୍ରଶଂସା ହେବ।