ରାଶିଫଳ 

ଆଜି ୨୪ ଡିସେମ୍ବର ୨୦୨୫, ବୁଧବାର। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ରମାନଙ୍କର ଚଳନ ଅନୁଯାୟୀ ରାଶିଫଳ

୧. ମେଷ (Aries)

ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ। ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ଲୋକଙ୍କ ହୃଦୟ ଜିତିବାରେ ସଫଳ ହେବେ। ନିବେଶ ପାଇଁ ସୁଯୋଗ ମିଳିପାରେ ଏବଂ ପରିବାରରେ ସୁଖଶାନ୍ତି ବଜାୟ ରହିବ।

୨. ବୃଷ (Taurus)

ପ୍ରଗତି ପଥରେ ଆଗକୁ ବଢ଼ିବା ପାଇଁ ଆଜି ନୂତନ ସୁଯୋଗ ମିଳିପାରେ। ରୋଜଗାରର ନୂତନ ଉତ୍ସ ପ୍ରାପ୍ତ ହେବ। କାହାକୁ ପ୍ରତିଶ୍ରୁତି ଦେବା ପୂର୍ବରୁ ସତର୍କ ରୁହନ୍ତୁ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

୩. ମିଥୁନ (Gemini)

ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କଠିନ ପରିଶ୍ରମର ସଫଳତା ମିଳିବ। ବ୍ୟବସାୟିକ ଅଂଶୀଦାରଙ୍କ ଉପରେ ନଜର ରଖନ୍ତୁ। ପୁରୁଣା ବକେୟା କାମ ଶେଷ ହେବାର ସମ୍ଭାବନା ଅଛି।

୪. କର୍କଟ (Cancer)

ନୂତନ ସମ୍ପତ୍ତି କ୍ରୟ କରିବା ପାଇଁ ଦିନଟି ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ମନ ପସନ୍ଦର କାମ ମିଳିପାରେ। ପରିବାର ଏବଂ ସାଥୀଙ୍କ ସହିତ ସମୟ ବିତାଇବାକୁ ଇଚ୍ଛା କରିବେ। ବିଶ୍ୱାସ ବଜାୟ ରଖନ୍ତୁ।

୫. ସିଂହ (Leo)

ଆଜି ଆପଣଙ୍କ ଭାଗ୍ୟ ଚମକିବ। କୌଣସି ବଡ଼ ସଫଳତା ମିଳିବାର ଯୋଗ ରହିଛି। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଲାଭଦାୟକ ହେବ।

୬. କନ୍ୟା (Virgo)

ଆଜି ଆପଣଙ୍କୁ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ବ୍ୟବସାୟରେ ସାମାନ୍ୟ ବାଧା ଉପୁଜିପାରେ। ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବା ଆବଶ୍ୟକ।

୭. ତୁଳା (Libra)

କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସୁସମ୍ପର୍କ ରହିବ। ଯାତ୍ରା, କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ପ୍ରଶଂସିତ ହେବେ। ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ସମସ୍ୟାର ସମାଧାନ ହୋଇପାରେ।

୮. ବିଛା (Scorpio)

ଆଜି ଆପଣଙ୍କ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଉପରିସ୍ଥ ଅଧିକାରୀଙ୍କ ସହାୟତା ମିଳିବ। ଗାଡ଼ିମୋଟର କିମ୍ବା ଭୂମି ସମ୍ପର୍କିତ କାମରେ ସାମାନ୍ୟ ଚିନ୍ତା ରହିପାରେ।

୯. ଧନୁ (Sagittarius)

ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। ଲାଗି ରହିଥିବା ବିବାଦର ସମାଧାନ ହେବ। କର୍ମକ୍ଷେତ୍ରରେ ଆଳସ୍ୟ ତ୍ୟାଗ କରନ୍ତୁ। କଳା ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ।

୧୦. ମକର (Capricorn)

ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ, କଳହର ଆଶଙ୍କା ରହିଛି। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଯୋଜନା ଅଧାରେ ରହିଯାଇପାରେ। ନିବେଶରୁ ଦୂରେଇ ରୁହନ୍ତୁ।

୧୧. କୁମ୍ଭ (Aquarius)

ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ ହେବ। ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂତନ ଯୋଜନା କରିପାରନ୍ତି। ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ।

୧୨. ମୀନ (Pisces)

ଆୟର ନୂତନ ଉତ୍ସ ଖୋଲିବ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସୁଯୋଗ ରହିଛି। ପରିବାରରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ।

Leave a comment