ଆଜିର ରାଶିଫଳ

ମେ‌ଷ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ରହିବ। ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ସମାଜରେ ପ୍ରସିଦ୍ଧି ବଢ଼ିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରେ।

ବୃଷ: ସକାରାତ୍ମକ ଲୋକଙ୍କ ପରାମର୍ଶ ଆପଣଙ୍କୁ ଲାଭ ଦେବ। ପାରିବାରିକ ସମସ୍ୟାର ସମାଧାନ ହେବ। ଅଫିସରେ ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।

ମିଥୁନ: ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହୋଇପାରେ। ଉନ୍ନତିର କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନ ମିଳିବ।

କର୍କଟ: କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇପାରନ୍ତି। ବ୍ୟବସାୟୀଙ୍କୁ ଭଲ ଫଳ ମିଳିବ। ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ଅଛି। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

ସିଂହ: ଆପଣଙ୍କ ମନ ଆଧ୍ୟାତ୍ମିକ ବିଚାରରେ ବୁଡ଼ି ରହିବ। ଅଫିସରେ ଦାୟିତ୍ବପୂର୍ଣ୍ଣ କାମ ମିଳିପାରେ। ଲାଭର ନୂଆ ମାର୍ଗ ପାଇବେ। ପରିବାରରେ ଆନନ୍ଦ ଉଲ୍ଲାସ ରହିବ।

କନ୍ୟା: ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ଅଧିକାରୀଙ୍କ ସହ ବିଶେଷ ପ୍ରସଙ୍ଗ ନେଇ ଆଲୋଚନା କରିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ଆପଣଙ୍କ ଉଦାର ସ୍ବଭାବ ଲୋକଙ୍କୁ ପ୍ରଭାବିତ କରିପାରେ। କୌଣସି କଲ୍ୟାଣକାରୀ ଯୋଜନାରେ ଯୋଡ଼ି ହୋଇପାରନ୍ତି। ବେପାରୀଙ୍କ ଆମଦାନି ବଢ଼ିବାର ଯୋଗ ଅଛି।

ବିଛା: କାମରେ ଖୁବ୍ ସକ୍ରିୟ ରହିବେ। ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ। ଛାତ୍ର ସହପାଠୀଙ୍କ ସାହାଯ୍ୟରେ ଅଧୁରା କାମ ପୂରା କରିବେ।

ଧନୁ: କ୍ୟାରିଅରରେ ଆଗକୁ ବଢ଼ିବାର ସୁଯୋଗ ପାଇବେ। ପିଲାମାନେ ଆପଣଙ୍କ ସହ ଖେଳିବା ପାଇଁ ଜିଦ୍ କରିବେ। ଆୟ ବ୍ୟୟ ମଧ୍ୟରେ ସମନ୍ବୟ ବଜାୟ ରହିବ।

ମକର: ଦିନଟି ଆପଣଙ୍କ ଜୀବନରେ ନୂଆ ଚମକ ନେଇ ଆସିବ। ବେପାରରେ ନୂଆ ପଦକ୍ଷେପ ନିଅନ୍ତୁ ଉନ୍ନତି ହେବ। ଛାତ୍ରଙ୍କର ସାଙ୍ଗ ସହିତ ମିଳାମିଶା ବଢ଼ିବ।

କୁମ୍ଭ: ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିବେ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବେପାରରେ ଲାଭର ଯୋଗ ଅଛି। ଗରିବଙ୍କୁ ସାହାଯ୍ୟ କରିବେ। ପ୍ରେମ ସଂପର୍କ ନିବିଡ଼ ହେବ।

ମୀନ: ଜରୁରୀ କାମ ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଖୁସି ଖବର ମିଳିପାରେ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ଦାମ୍ପତ୍ୟ ଜୀବନରେ ଖୁସି ଅନୁଭବ କରିବେ।