ଆଜିର ରାଶିଫଳ

ମେଷ: ନୂଆ ପ୍ରକଳ୍ପ କାମ ଆରମ୍ଭ କରିବେ। ପରିବାରର କୌଣସି ବ୍ୟକ୍ତିଙ୍କର ବିବାହରେ ଲାଗି ରହିଥିବା ବାଧା ଦୂର ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ‌

ବୃଷ: ଆଇନ ମାମଲାରେ ବିଜୟ ଲାଭର ଯୋଗ ଅଛି। ନୂଆ କାମରେ ଆପଣଙ୍କର ରୁଚି ରହିବ। ବିଦ୍ୟାର୍ଥୀ ଲେଖାପଢ଼ାରେ ଅଧିକ ମନ ଦିଅନ୍ତୁ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ।

ମିଥୁନ: ଶ୍ବଶୁର ଘର ସହିତ ଲାଗି ରହିଥିବା ମତଭେଦ ଦୂର କରିବାର ମଉକା ପାଇବେ। ପରିବାର ସହିତ ମନ୍ଦିରକୁ ଯିବେ। ଘରର ଆବଶ୍ୟକ ଇଲେକ୍ଟ୍ରୋନିକ୍‌ସ ସାମଗ୍ରୀ କିଣି‌ବେ। ‌

କର୍କଟ: କାହାରିକୁ ମନର କଥା କହିବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ଛାତ୍ରଛାତ୍ରୀ ଦଳବଦ୍ଧ ପଠନ ପାଇଁ ବିଚାର କରିବେ।

ସିଂହ: ଉନ୍ନତିର ନୂଆ ରାସ୍ତା ଖୋଲିବ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ। ଛାତ୍ରଛାତ୍ରୀଙ୍କୁ ଶୀଘ୍ର ସଫଳତା ମିଳିବ।

କନ୍ୟା: ବ୍ୟବସାୟ ସମ୍ବନ୍ଧରେ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। କଥା କହିବା ସମୟରେ ମିଠା ଭାଷା ପ୍ରୟୋଗ କରନ୍ତୁ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

ତୁଳା: ବେପାରରେ ଭଲ ଲାଭ ପାଇବେ। ରାତ୍ରିଭୋଜନ ପାଇଁ ବାହାରକୁ ଯାଇପାରନ୍ତି। ଆପଣଙ୍କ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ପ୍ରେମୀଯୁଗଳ ପରସ୍ପରଙ୍କୁ ମନର କଥା କହିବେ।

ବିଛା: ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ଧନୁ: ପରିବାର ଲୋକ ଆପଣଙ୍କୁ କିଛି ମାଗିବେ। ଅଫିସରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ବାଲ୍ୟବନ୍ଧୁ ଠାରୁ ଫୋନ୍‌ ଆସିବ।

ମକର: ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବେ। କାର୍ଯ୍ୟରେ ବାପାମାଆଙ୍କର ସାହାଯ୍ୟ ପାଇବେ। ପରିବହନ ବ୍ୟବସାୟୀଙ୍କୁ ଅଧିକ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କୁମ୍ଭ: ମାଆଙ୍କୁ ତାଙ୍କ ପସନ୍ଦର କିଛି ଜିନିଷ ଉପହାର ଦେବେ। ନୂଆ ଇଲେକ୍ଟ୍ରିକ୍‌ ଯାନ କିଣିବା ଲାଗି ମନ ସ୍ଥିର କରିବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ।

ମୀନ: ବେପାରରେ ଗତି ବଢ଼ାଇବାକୁ ଚେଷ୍ଟା କରିବେ। ଛୋଟ ପିଲାଙ୍କ ପାଇଁ କିଛି ଉପହାର ନେବେ। ପୂର୍ବରୁ ଦେଇ ଆସୁଥିବା କୌଣସି ମାସିକ କିସ୍ତି ପୂରା ହୋଇଯିବ।