ଆଜିର ରାଶିଫଳ
ମେଷ: ବେପାରରେ ନିବେଶ ଲାଗି ଦିନଟି ଆପଣଙ୍କ ଲାଗି ଶୁଭ ରହିବ। ଆପଣ କିଛି ନୂଆ କୌଶଳ ଶିଖିବାର ମଉକା ପାଇବେ। ଜୀବନସାଥୀଙ୍କ ସହ ନମ୍ର ଭାବେ କଥାବାର୍ତ୍ତା କରନ୍ତୁ।
ବୃଷ: ଦିନଟି ଆପଣଙ୍କ ପରିବାର ଲାଗି ଖୁସି ଆଣିଦେବ। ଅନାବଶ୍ୟକ ଜିନିଷ କିଣନ୍ତୁ ନାହିଁ। ବେପାରର ଗତି ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
ମିଥୁନ: ଲେଖକ ପୁସ୍ତକ ରଚନା ସଂପୂର୍ଣ୍ଣ କରିବେ। ବସ୍ତ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। କାମ ନେଇ ବଡ଼ଙ୍କର ପରାମର୍ଶ ମିଳିବ। ବାପା ମହତ୍ତ୍ବପୂର୍ଣ୍ଣ କାମ କରିବାକୁ କହିବେ।
କର୍କଟ: ରାଜନେତା କୌଣସି ସମାରୋହରେ ଯୋଗ ଦେବାକୁ ଯିବେ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଯୋଜନାବଦ୍ଧ ଉପାୟ ଅବଲମ୍ବନ କଲେ ବେପାରରେ ଲାଭ ହେବ।
ସିଂହ: ଶାନ୍ତ ମନରେ ଦିନ ଆରମ୍ଭ କରିବେ। କୌଣସି କଂପାନିରୁ ଚାକିରିରେ ସୁଯୋଗ ଆସିବ। ଆପଣଙ୍କ ବ୍ୟକ୍ତିତ୍ବ ଲୋକଙ୍କୁ ପ୍ରସନ୍ନ ରଖିବ। ଜୀବନସାଥୀ ପାଇଁ ମନ ପସନ୍ଦ ଲୁଗା କିଣିବେ।
କନ୍ୟା: ଶିକ୍ଷକଙ୍କ ଲାଗି ଦିନଟି ଭଲ। ଅଫିସରେ କର୍ତ୍ତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ପାରିବାରିକ ସୁଖ ବୃଦ୍ଧି ହେବ। ଛାତ୍ରଛାତ୍ରୀ କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ।
ତୁଳା: ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେଲେ ବେପାରରେ ଲାଭ ହେବ। ପିଲାଙ୍କ ସହିତ ବାହାରକୁ ବୁଲି ଯିବେ। ମନପସନ୍ଦ କାମ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ବିଛା: ଏଣୁତେଣୁ କଥା ଉପରେ ଧ୍ୟାନ ଦେଲେ ଆପଣଙ୍କର ସମୟ ନଷ୍ଟ ହେବ। ସଙ୍ଗୀତଜ୍ଞଙ୍କ ଲାଗି ଭଲ ଦିନଟିଏ। ସାମାଜିକ ସଂପର୍କ ସୁଦୃଢ଼ ହେବ। ସାହିତ୍ୟରେ ରୁଚି ବଢ଼ିବ।
ଧନୁ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। କୌଣସି ସମାରୋହରେ ଯୋଗ ଦେବେ । ଘରୋଇ ପରିବେଶରେ ଶାନ୍ତି ବଜାୟ ରହିବ। କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ।
ମକର: ସୌନ୍ଦର୍ଯ୍ୟୀକରଣ ବ୍ୟବସାୟୀଙ୍କୁ ବଡ଼ ଠିକା ମିଳିପାରେ। ଗରିବଙ୍କୁ ସାହାଯ୍ୟ କରିବାରେ ମଉକା ପାଇବେ। ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି।
କୁମ୍ଭ: ଆପଣଙ୍କୁ ଶୁଭ ସଂକେତ ମିଳିପାରେ। କ୍ୟାରିୟରରେ ଉନ୍ନତି କରିବାରେ ସଫଳ ହେବେ। ଛାତ୍ରଛାତ୍ରୀ କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରନ୍ତି।
ମୀନ: ବିଲଡର୍ଙ୍କ ଠିକା କାମରୁ ଭଲ ଲାଭ ହେବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ କିଛି ଶିଖିବେ। ବିବେକ ଖଟାଇ କାମ କରନ୍ତୁ। ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।