ଆଜି ଆପଣଙ୍କ ପାଇଁ କିପରି ରହିବ?
Aries (ମେଷ) : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ବ୍ୟବସାୟରେ କିଛି ଅସ୍ଥିରତା ଦେଖାଦେଇପାରେ । ମନରେ ନକାରାତ୍ମକ ଚିନ୍ତା ଆସିବା ସହ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପାରନ୍ତି । ନୂଆ ଲୋକଙ୍କ ସହ ସାକ୍ଷାତ ହେବ, ଯାହାଙ୍କ ସହଯୋଗ ଆପଣଙ୍କୁ ସଫଳତା ଦେଇପାରେ । ମାନସିକ ଅଶାନ୍ତିକୁ ନିୟନ୍ତ୍ରଣରେ ରଖନ୍ତୁ । ନଚେତ୍ ନିରାଶା ଘାରିପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ପରିବାର ସଦସ୍ୟଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ।
Taurus (ବୃଷ) : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ, କିନ୍ତୁ ଆପଣଙ୍କ ପରିଶ୍ରମ ସଫଳତା ଆଣିବ । ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହୋଇପାରନ୍ତି । କାର୍ଯ୍ୟଭାର ଅଧିକ ରହିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ । ବ୍ୟବସାୟରେ ଲାଭ ବୃଦ୍ଧିର ଯୋଗ ରହିଛି । ପାରିବାରିକ ପରିବେଶ ଅନୁକୂଳ ରହିବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ ।
Gemini (ମିଥୁନ) : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ରହିବ । ବ୍ୟବସାୟରେ ଛୋଟମୋଟ ସମସ୍ୟା ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ରହିବ । ତଥାପି ଆପଣଙ୍କ କଠିନ ପରିଶ୍ରମ ସଫଳତା ଆଣିବ । ବ୍ୟସ୍ତତା ଯୋଗୁଁ ଶାରୀରିକ ଥକାପଣ ଓ ମାନସିକ ଚାପ ଅନୁଭବ କରିପାରନ୍ତି । ଧାର୍ମିକ ଓ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ପରିବାରରେ ସୁଖଦ ପରିବେଶ ରହିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଖାଦ୍ୟପେୟରେ ଅବହେଳା କରନ୍ତୁ ନାହିଁ ଏବଂ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।
Cancer (କର୍କଟ) : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । ବ୍ୟବସାୟରେ ଉନ୍ନତି ହେବା ସହ ନୂଆ ଯୋଜନା ଆରମ୍ଭ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶ ରହିବ । ଉପରିସ୍ଥ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । କାମର ଚାପ ଅଧିକ ରହିଲେ ମଧ୍ୟ ପରିଶ୍ରମର ଉଚିତ ଫଳ ମିଳିବ । ରାଜନୈତିକ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଢ଼ିପାରେ । ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳିବ । ପରିବାରରେ ହସଖୁସିର ପରିବେଶ ରହିବ । ତେବେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ।
Leo (ସିଂହ) : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । ବ୍ୟବସାୟରେ ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି । ସହକର୍ମୀଙ୍କ ସହଯୋଗରେ ଅଟକି ରହିଥିବା କାମ ସଫଳତାର ସହ ସମ୍ପନ୍ନ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ସମ୍ପତ୍ତି ଓ ସେୟାର ବଜାରରେ ନିବେଶ ପାଇଁ ଯୋଜନା କରିପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ । ପ୍ରତିଯୋଗିତାରେ ସଫଳତା ମିଳିପାରେ । ପରିବାରରେ ଆନନ୍ଦର ପରିବେଶ ରହିବ ଏବଂ ସ୍ୱାସ୍ଥ୍ୟ ଭଲ ରହିବ ।
Virgo (କନ୍ୟା) : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ ଛୋଟମୋଟ ସମସ୍ୟା ଦେଖାଦେଇପାରେ । କିନ୍ତୁ ଧୈର୍ଯ୍ୟ ଓ କଠିନ ପରିଶ୍ରମ ଦ୍ୱାରା ସଫଳତା ପାଇବେ । କାର୍ଯ୍ୟଭାର ଅଧିକ ରହିବାରୁ ମାନସିକ ଓ ଶାରୀରିକ ଥକାପଣ ଅନୁଭବ କରିପାରନ୍ତି । କଥାବାର୍ତ୍ତା ଓ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ବିବାଦରେ ପଡ଼ିପାରନ୍ତି । ପାରିବାରିକ ପରିବେଶ ଭଲ ରହିବ । ପରିବାର ସଦସ୍ୟଙ୍କ ମନରେ ଆଘାତ ଦେବା ଭଳି କଥା କୁହନ୍ତୁ ନାହିଁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।
Libra (ତୁଳା) : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ କିଛି ପ୍ରତିକୂଳ ପରିସ୍ଥିତି ଦେଖାଦେଇପାରେ । ଅଧିକ ପରିଶ୍ରମ ସତ୍ତ୍ୱେ ଆଶାନୁରୂପ ସଫଳତା ନ ମିଳିବାରୁ ନିରାଶ ହୋଇପାରନ୍ତି । କ୍ରୋଧ ବଢ଼ିପାରେ, ତେଣୁ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାରିବାରିକ ପରିବେଶ ଅନୁକୂଳ ରହିବ । ପରିବାର ସଦସ୍ୟଙ୍କଠାରୁ ସହଯୋଗ ଓ ସମର୍ଥନ ମିଳିବ । ପରିବାର ସହ ଭ୍ରମଣରେ ଯିବାର ସୁଯୋଗ ମିଳିପାରେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ ।
Scorpio (ବିଛା) : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ହେବାର ଯୋଗ ରହିଛି । ଦୀର୍ଘଦିନ ଧରି ପଡ଼ି ରହିଥିବା କାମ ସମ୍ପନ୍ନ ହୋଇପାରେ । ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ । ପରିବାର ସହ ହସଖୁସିରେ ସମୟ ବିତିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ । ପରିଶ୍ରମର ଉଚିତ ଫଳ ମିଳିପାରେ । ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
Sagittarius (ଧନୁ) : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ବ୍ୟବସାୟ ବିସ୍ତାର ପାଇଁ ନୂଆ ଯୋଜନା କରିପାରନ୍ତି । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି, ସ୍ଥାନାନ୍ତର ଓ ଆର୍ଥିକ ଲାଭର ସୁଯୋଗ ମିଳିପାରେ । ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ । ଏହାଦ୍ୱାରା ସମାଜରେ ଆପଣଙ୍କ ସମ୍ମାନ ବଢ଼ିବ । ପାରିବାରିକ ପରିବେଶ ଆନନ୍ଦଦାୟକ ରହିବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇପାରନ୍ତି । ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।
Capricorn (ମକର) : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ରହିବ । ବ୍ୟବସାୟରେ ସ୍ଥିତି ଭଲ ରହିବ, କିନ୍ତୁ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଦେଖାଦେଇପାରେ । ନିଜର ପରିଶ୍ରମ ଓ ନିଷ୍ଠା ବଳରେ କାମରେ ସଫଳତା ପାଇବେ । ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ମିଳିପାରେ । ପରିବାରରେ ସୁଖଶାନ୍ତି ରହିବ । ତେବେ କଥାବାର୍ତ୍ତା ଉପରେ ସଂଯମ ରଖନ୍ତୁ । ଅଯଥା ଯୁକ୍ତିତର୍କରୁ ଦୂରେଇ ରହିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
Aquarius (କୁମ୍ଭ) : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ଦ୍ୱାରା ମନ ପ୍ରସନ୍ନ ରହିବ । ନୂଆ ଉତ୍ସାହ ଓ ଶକ୍ତି ସହ କିଛି ନୂଆ କାମ ଆରମ୍ଭ କରିପାରନ୍ତି । ସହକର୍ମୀ ଓ ପରିବାର ସଦସ୍ୟଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ । ଏହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ । ବିରୋଧୀମାନେ ଶାନ୍ତ ରହିପାରନ୍ତି । ପାରିବାରିକ ଜୀବନ ସୁଖଦ ରହିବ । ଅଯଥା ଯାତ୍ରାକୁ ଏଡ଼ାଇବାକୁ ଚେଷ୍ଟା କରନ୍ତୁ । ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।
Pisces (ମୀନ) : ଆଜି ଆପଣଙ୍କ ପାଇଁ ଏକ ଉତ୍ସାହଜନକ ଦିନ ରହିବ । ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ । ପାଠପଢ଼ା ପ୍ରତି ଆଗ୍ରହ ବଢ଼ିବ । ବ୍ୟବସାୟରେ ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିବାର ଯୋଗ ରହିଛି । କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ମିଳିପାରେ । ଆୟ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ନୂଆ ସମ୍ପତ୍ତି କିମ୍ବା ଯାନବାହନ କିଣିବାର ଯୋଗ ରହିଛି । ପରିବାରରେ ସୁଖଦ ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ତେବେ ପରିବାର ସଦସ୍ୟଙ୍କ ସହ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ।