ଚନ୍ଦ୍ରଯାନ-୩ ଅବତରଣ ନିଶ୍ଚୟ ସଫଳ ହେବ: ଭାରତୀୟ ବୈଜ୍ଞାନିକ
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅବତରଣ ନିଶ୍ଚୟ ସଫଳ ହେବ । ଏହା କହିଛନ୍ତି ଭାରତୀୟ ବୈଜ୍ଞାନିକ । ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚାରିଆଡେ ଚାଲିଛି ହୋମ ଯଜ୍ଞ । ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ସବୁ ପ୍ରସ୍ତୁତି କରାଯାଇଥିବା ବେଳେ ଏବେ ତା’ର ଆଭ୍ୟନ୍ତରୀଣ ଯାଞ୍ଚ କରାଯାଉଛି। ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୬ଟା ୪ରେ ଏହା ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି।
#WATCH | Nilesh M Desai, Director, Space Applications Centre-ISRO, Ahmedabad on Chandrayaan-3 landing on the Moon
"On August 23, two hours before Chandrayaan-3 lands on the Moon, we will take a decision on whether or not it will be appropriate to land it at that time based on… pic.twitter.com/JZKrMQ9p6F
— ANI (@ANI) August 21, 2023
…. and
The moon as captured by the
Lander Imager Camera 4
on August 20, 2023.#Chandrayaan_3 #Ch3 pic.twitter.com/yPejjLdOSS— ISRO (@isro) August 22, 2023
#WATCH | Chandrayaan-3 Mission | ISRO tweets images of the moon captured by the Lander Position Detection Camera (LPDC) from an altitude of about 70 km, on August 19, 2023. LPDC images assist the Lander Module in determining its position (latitude and longitude) by matching them… pic.twitter.com/l7PwydPMdF
— ANI (@ANI) August 22, 2023
ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧଟି ସବୁବେଳେ ପୃଥିବୀକୁ ପଛ କରି ରହିଥାଏ। ଏଠାରେ ବିଶ୍ବର କୈାଣସି ଦେଶ ପହଁଚିପାରିନାହାଁନ୍ତି । ଏଠାରେ ଆମ ପୃଥିବୀର ପନ୍ଦର ଦିନ ରାତି ଏବଂ ପନ୍ଦର ଦିନ ସୂର୍ଯ୍ୟକିରଣ ରୁହେ । ପୃଥିବୀର ବିପରିତ ପାର୍ଶ୍ବରେ ରହୁଥିବାରୁ ଆମେ ତାହାକୁ ଦେଖିପାରୁନାହୁଁ । ଅବତରଣ ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ସମତଳ ସ୍ଥାନ ଖୋଜିବା ପରେ ସମସ୍ତ ପ୍ରକ୍ରିୟା ଚାଲୁହେବ । ସାଟେଲାଇଟ ଆପ୍ଲିକେସନ ସେଣ୍ଟର ଦ୍ବାରା ଏହି କ୍ୟାମେରା ବିକଶିତ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ସମୟରେ ହିଁ ଅବତରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଏବେ ସେଠାରେ ସୂର୍ଯ୍ୟଉଦୟ ହୋଇସାରିଛି । ଏହା ଆହୁରି ପନ୍ଦର ଦିନ ରହିବ । ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞା ରୋଭର ସୂର୍ଯ୍ୟରଶ୍ମିରୁ ଶକ୍ତି ଆହରଣ କରି କାର୍ଯ୍ୟ କରିବ।